ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ପୋଖରୀଗୋଛା ପଞ୍ଚାୟତର ସରପଞ୍ଚ ପାଇଁ ହୋଇଥିବା ମତଦାନର ଫଳାଫଳ ଆଜି ଘୋଷଣା ହୋଇଛି । ଆଜି ବାର ରାଉଣ୍ଡ ଶେଷରେ ସୀମନ୍ତ ନାୟକ ୧୦୯ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦୀ ବଳଭଦ୍ର କହଁରଙ୍କୁ ପରାସ୍ତ କରିଛନ୍ତି । ଗତ ୨ ତାରିଖରେ ପୋଖରୀଗୋଛା ଗ୍ରାମ ପଂଚାୟତରେ ୧ ହଜାର ୭୧୬ ଜଣ ଭୋଟରଙ୍କ ମଧ୍ୟରୁ ୧ ହଜାର ୩୧୪ ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିଥିଲେ । ମତଦାନ ହାର ୭୬.୬ ପ୍ରତିଶତ ରହିଥିବାବେଳେ ୧୨ଟି କେନ୍ଦ୍ରରେ ଏହି ମତଦାନ
ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିଲା । ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ଅତିରିକ୍ତ ତହସିଲଦାର କେ ଭେଙ୍କଟେଶ୍ୱର ରାଓ ଏବଂ ପ୍ରକାଶ ସେଠ୍ ରହିଥିବା ବେଳେ ଥାନା ଅଧିକାରୀ ବସନ୍ତ କୁମାର ସାହୁ ଉପସ୍ଥିତ ରହି ଆଇନଶୃଙ୍ଖଳା ପ୍ରତି ଦୃଷ୍ଟି ଦେଇଥିଲେ । ଆଜି ସକାଳ ୮ ଘଟିକା ଠାରୁ ଦଶପଲ୍ଲା ବ୍ଲକ୍ କାର୍ଯ୍ୟାଳୟରେ ୧୨ ଗୋଟି ରାଉଣ୍ଡରେ ଭୋଟ୍ ଗଣତି ହୋଇଥିଲା । ଶେଷରେ ପୂର୍ବତନ ସରପଞ୍ଚ ଶିବସେନ ନାୟକଙ୍କ ପୁଅ ତଥା ଦଶପଲ୍ଲା ସ୍ୱାଭିମାନ ମଂଚ ସମର୍ଥିତ ପ୍ରାର୍ଥୀ ସୀମନ୍ତ ନାୟକ ୧୦୯ ଖଣ୍ଡ ଭୋଟ୍ରେ ବିଜୟଲାଭ କରିଥିବା ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.
Prev Post