ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର

0 148

ନବରଙ୍ଗପୁର: ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣି ଶିବିର ବିଭିନ୍ନ ଅଞ୍ଚଳରୁ ନିଜ ନିଜର ବ୍ୟକ୍ତିଗତ, ସାମୁହିକ ସମସ୍ୟା, ଆପତ୍ତି, ଅଭିଯୋଗ ଜଣାଇବା ପାଇଁ ଆସିଥିବା ମୋଟ ୫୮ ଜଣଙ୍କର ନାମ ପଞ୍ଜୀକରଣ କରାଯାଇଥିଲା । ସେଥିମଧ୍ୟରୁ ୪୯ ଗୋଟି ବ୍ୟକ୍ତିଗତ ଆପତ୍ତି ଅଭିଯୋଗ ରହିଥିବା ବେଳେ ବାକି ୯ ଗୋଟି ଗୋଷ୍ଠୀ ଗତ ରହିଥିଲା । ଏଥିରେ ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ,ରାସ୍ତା ପାଇଁ ଯାଇଥିବା ଜମିର ଅନୁକମ୍ପା ରାଶି ପ୍ରଦାନ, ସ୍କୁଲରେ ଆବଶ୍ୟକ ଶ୍ରେଣୀ ଗୃହ ନିର୍ମାଣ, ଡାକ୍ତରୀ ଚିକିତ୍ସା ପାଇଁ ଆର୍ଥିକ ସହାୟତା, ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା, ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କ ପାଇଁ ସହାୟତା, ଚେକ୍‌ ଡ୍ୟାମ ନିର୍ମାଣ, ଜମି ବିବାଦ, ବଦଳି, ନିଯୁକ୍ତି ସୁଯୋଗ, ଜମି ପଟ୍ଟା, ଇତ୍ୟାଦି ସମସ୍ୟାର ଆପତ୍ତି ଅଭିଯୋଗକୁ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଶୁଣାଣି କରି ଏସବୁର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଏଥି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଜନଶୁଣାଣି ଶିବିର ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ ଏସ୍‌ ସୁଶ୍ରୀ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ,ଅନ୍ୟା ଦାସ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ପିଏଆଇଟିଡିଏ, ରାଜୀବ କୁମାର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ଖରା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ମଳୟ କୁମାର ତ୍ରିପାଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜି.ଭେଙ୍କଟ ରେଡି, ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ, ଜିଲ୍ଲା ଶ୍ରମ ଅଧିକାରୀ ରାଜକିଶୋର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବିନ୍ଦ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଦେବର୍ଷି ନାୟକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶିବାନୀ ଗୁହା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

16 + eighteen =