୯ ନଂ ଜୋନ୍‌ର ୩ ଟି ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

0 69

ଦଶପଲ୍ଲା : ଆଜି ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୯ ନଂ ଜୋନ ଚଢେୟାପଲ୍ଲୀ, କଳସାଖମଣ, ନୂଆଗାଁ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ୩ ଗୋଟି ଗ୍ରାମପଞ୍ଚାୟତର ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗଦେଇ, ନିଜ ନିଜର ଉତ୍ପାଦନ ଦ୍ରବ୍ୟ ଗୁଡିକୁ ପ୍ରଦର୍ଶିତ କରିଥିଲେ । ଏହା ସହିତ ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ସମନ୍ୱିତ ଶିଶୁ ମଙ୍ଗଳ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ନିଜନିଜ ବିଭାଗର ସଫଳ ଉଦ୍ୟୋଗ ଗୁଡିକୁ ଷ୍ଟଲ୍‌ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ପରୀକ୍ଷା, ପୃଷ୍ଟି ସଚେତନତା କାର୍ଯ୍ୟକ୍ରମକୁ ଷ୍ଟଲ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଯାହାକି ସମସ୍ତ ଜନସାଧାରଣଙ୍କର ମୁଖ୍ୟ ଦୃଷ୍ଟି ଆକର୍ଷଣ କରିଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଚେତନତା ଶିବିରକୁ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ବ୍ଲକ୍‌ ଅଧ୍ୟକ୍ଷା ସୁନନ୍ଦା ସାହୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଜାନକୀ ଦେହୁରୀ, ଦଶପଲ୍ଲା ମଣ୍ଡଳ ଉନ୍ନୟନ ଅଧିକାରୀ ସଂଜୟ କୁମାର ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟ ବସନ୍ତ କୁମାର ପ୍ରଧାନ, ହରିଶ୍ଚନ୍ଦ୍ର ଜାନୀ, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟଙ୍କ ସମେତ ବହୁ ପଞ୍ଚାୟତ ସ୍ତରୀୟ ନିର୍ବାଚିତ ପ୍ରତିନିଧି ୩ ଗୋଟି ପଞ୍ଚାୟତରେ ପ୍ରାୟ ୬୦୦୦ରୁ ଉର୍ଦ୍ଧ୍ୱ ଜନସାଧାରଣ ଯୋଗ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ବିଧାୟକ ଶ୍ରୀ ବେହେରା କହିଥିଲେ ଯେ ,ଆମ ଓଡିଶାର ନବୀନ ଓଡିଶା, ମାଧ୍ୟମରେ ଆଜି ଓଡିଶା ଏକ ରୁପାନ୍ତରୀତ ରାଜ୍ୟରେ ପରିଣତ ହେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଗ୍ରାମାଞ୍ଚଳରେ ସମସ୍ତ ସହରୀ ସୁଖ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ପ୍ରତି ଗ୍ରାମାଞ୍ଚଳରେ, ବ୍ୟାଙ୍କ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ, ସ୍ୱୟଂ ସହାୟକ ଗୋଷ୍ଠୀର ଉନ୍ନତିକରଣ ସାଙ୍ଗକୁ,ବିଜୁ ସ୍ୱାସ୍ଥ୍ୟକାର୍ଡ, ଗମନା ଗମନର ସୁବିଧା ପାଇଁ ଲକ୍ଷ୍ମୀବସ,ବିଭିନ୍ନ ମନ୍ଦିର ,ମଠ ଭଳି ଅନେକ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହୋଇଛି । ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଓ ଦଶପଲ୍ଲା ବିଧାୟକଙ୍କୁ କୃତଜ୍ଞତା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

seven − 4 =