ତାମ୍ପରକଇଠା ସୋସାଇଟିରେ ସରକାରୀ ଧାର୍ଯ୍ୟରେ ଧାନର ପ୍ରାପ୍ୟ ମିଳୁନଥିବା ଅଭିଯୋଗ

0 83

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ତାମ୍ପରକଇଠା ସୋସାଇଟିର ୩୩ ଗୋଟି ଟୋକେନ୍‌ ପାଇଥିବା ଚାଷୀ ଧାନ ମିଲକୁ ଦେବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଚାଷୀ ତାଙ୍କର ଧାନର ମୂଲ୍ୟ ସରକାରୀ ଦରରେ ପାଇ ନଥିବା ଅଭିଯୋଗ ହୋଇଛି । ତେଣୁ ପୁଣି ଥରେ ତାମ୍ପରକଇଠା ସୋସାଇଟିର ସଭାପତି ଜୀ ଶ୍ରୀଧର ନାଇଡୁଙ୍କ ନେତୃତ୍ୱରେ ସୋସାଇଟିର ଚାଷୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ସୋସାଇଟିର ସଭାପତି ଜୀ ଶ୍ରୀଧର ନାଇଡୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ତାମ୍ପର କଇଠା ସୋସାଇଟିର ୩୩ ଜଣ ଟୋକେନ୍‌ ପାଇଥିବା ଚାଷୀ ମିଲକୁ ଧାନ ଦେବା ପରେ ଆଜି ପର୍ଯ୍ୟନ୍ତ ସରକାରୀ ଧାର୍ଯ୍ୟରେ ପ୍ରାପ୍ୟ ପାଇ ପାରି ନ ଥିବାରୁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

20 − 6 =