ଭେଜିଗୋରାରେ ୨୯ତମ ଆନ୍ତଃ କ୍ରୀଡା ପ୍ରତିଯୋଗିତା ଉଦଯାପିତ

0 138

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଭେଜିଗୋରା ୟୁଜିଏମି ବିଦ୍ୟାଳୟରେ ପବିତ୍ର ଶିଶୁ ଦିବସ ଅବସରରେ ୨୯ତମ ଆନ୍ତଃ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପବିତ୍ର ଶିଶୁଦିବସ ପାଳନ ଅବସରରେ ପ୍ରତିବର୍ଷ ଭଳି ହୋଇ ଆସୁଥିବା କ୍ରୀଡା ପ୍ରତିଯୋଗିତା ଚଳିତ ବର୍ଷ ମଧ୍ୟ ୨୯ ତମ ଆନ୍ତଃ କ୍ରୀଡା ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ପଞ୍ଚାୟତ ସରପଞ୍ଚ ଶକୁନ୍ତଳା ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ କ୍ରୀଡାର ଶୁଭ ଉଦଘାଟନ କରିଥିଲେ । ଏହି ପ୍ରତିଯୋଗୀତାରେ ହରଭଙ୍ଗା, ଛତ୍ରଙ୍ଗ, ସଂକୁଳେଇ, କୁସଙ୍ଗ ଆଦି ୪ଟି ପଞ୍ଚାୟତର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପ୍ରଥମେ ସ୍ୱର୍ଗତ ଜବାହରଲାଲ ନେହରୁଙ୍କୁ ଫଟୋ ଛବିରେ ପୁଷ୍ପ ମାଲ୍ୟର୍ପଣ ଦିଆଯାଇଥିଲା । ପରେ ବିଭିନ୍ନ ପ୍ରତିଯୋଗିତାରେ ମୋଟ ୪୦୦ ଜଣ ପ୍ରତିଯୋଗି ଭାଗ ନେଇଥିବାବେଳେ ସେଥିମଧ୍ୟରୁ ୯୦ଜଣ କୃତି ଅର୍ଜନ କରିଥିଲେ । କ୍ରୀଡାର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଳକ ଅଧକ୍ଷା ସ୍ନେହଲତା ପ୍ରଧାନ, ଅନ୍ୟତମ ଅତିଥି ଭାବେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ ଲୁହା, ବ୍ଳକ ଉପାଧକ୍ଷ ସରୋଜ ପ୍ରଧାନ, ସ୍କୁଲ ସଭାପତି ବାଞ୍ଛାନିଧି ପ୍ରଧାନ, ଗ୍ରାମ୍ୟ ସଭାପତି ରବିନ୍ଦ୍ର ନାଥ ପାତ୍ର, ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ମଞ୍ଚସିନ ଥିବା ବେଳେ । ଉଦଯାପିତ ସନ୍ଧ୍ୟାରେ ମୁଖ୍ୟ ଅତିଥି ଆଜି ପର୍ଯ୍ୟନ୍ତ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ନଥିବାରୁ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରନ୍ଦ୍ର ରଣା ପରିଚାଳନା କରିଥିଲେ । ଶେଷରେ କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ରୀଡା କ୍ଷେତ୍ରରେ କୃତି ଅର୍ଜନ କରିଥିବା କ୍ରୀଡାବିତଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଏହି କ୍ରୀଡାକୁ ପ୍ରବିଣ ପାତ୍ର, ରାଜେନ୍ଦ୍ର ଦେହୁରୀ, ବଳଭଦ୍ର ଅମାତ, ପ୍ରତାପ ପ୍ରଧାନ, ଧର୍ମାନନ୍ଦ ସାହୁଙ୍କ ସମେତ ପରିଚାଳନା କମିଟି ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × two =