ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଟେବୁଲ୍‌ ଟପ୍‌ ଏକ଼ସରସାଇଜ ଅନୁଷ୍ଠିତ

0 81

ପୁରୀ : ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପୁରୀ ଜିଲ୍ଲାରେ ଆଜି ଟେବୁଲ୍‌ ଟପ୍‌ ଏକ଼ସରସାଇଜ ଅନୁଷ୍ଠିତ ହୋଇଥିଲା । ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିବା ସହ ବିବିଧ ବିପର୍ଯ୍ୟୟର ମୁକାବିଲା ପାଇଁ ବିପର୍ଯ୍ୟୟର ପୂର୍ବ, ବିପର୍ଯ୍ୟୟ ସମୟ ଓ ବିପର୍ଯ୍ୟୟ ପରର ପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷ କରି ପୂର୍ବ ଅଭିଜ୍ଞତା ଓ ଅନୁଭବରୁ ବିପର୍ଯ୍ୟୟର ମୁକାବିଲା ସହ ଏହା ସହ ଜଡିତ ପ୍ରତ୍ୟେକ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ଓସଡାମାର ଜିଏମ ସୁନିତା ଜେନା, ଏଡି ଏମ ଓ ଡା ବିରଜା ଶଙ୍କର ରଥ ବିପର୍ଯ୍ୟୟର କାରଣ, ନିରାକରଣ, ପ୍ରସ୍ତୁତି, ବିଭାଗ ଅନୁସାରେ ଆକ୍ସନ ପ୍ଲାନ୍‌ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ସେମାନଙ୍କ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଏକ଼ସରସାଇଜ ଆଜି ଜିଲ୍ଲା ସଦର ମହକୁମା, ସମସ୍ତ ବ୍ଲକ୍‌ ଓ ସହରାଞ୍ଚଳମାନଙ୍କରେ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା କାଲି ସମସ୍ତ ୧୭୯ ଗୋଟି ବହୁମୁଖୀ ବନ୍ୟା, ବାତ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ମୁକାବିଲା ପାଇଁ ମକଡ୍ରିଲ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ୱାଟକୋର ଜିଏମ ଭବାନୀ ଶଙ୍କର ମହାନ୍ତି, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ ମହାନ୍ତି, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଓଡ୍ରାଫ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

thirteen − 4 =