ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

0 267

ବଲାଙ୍ଗିର: ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର ଅସ୍ଥାୟୀ ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଛତିଶ ଗୋଟି ଆବାସିକ ଆଶ୍ରମ, କନ୍ୟାଶ୍ରମ, ସେବାଶ୍ରାମରେ ପଢ଼ୁଥିବା ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କଡାକଡି କରିବା, ଅନ୍ତେବାସିନୀ ଛାତ୍ରୀ ମାନଙ୍କ ହଷ୍ଟେଲରେ ସିସି ଟିଭି ବ୍ୟବସ୍ଥା, ସୁରକ୍ଷା ପ୍ରହରୀ ନିଯୁକ୍ତି, ପାଚେରୀ ନିର୍ମାଣ, ଶିକ୍ଷକ ନିଯୁକ୍ତି, ଜ଼ିଲ୍ଲାର ତିରିଶଟି ନବ ନିର୍ମିତ ହଷ୍ଟେଲରେ କର୍ମଚାରୀ ନିଯୁକ୍ତି କରି ହଷ୍ଟେଲ ଗୁଡିକ କାର୍ଯ୍ୟକ୍ଷମ କରିବା, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଡୁମେରବାହାଲରେ ମିନି ଷ୍ଟାଡିଅମ, ପାନୀୟ ଜଳ ଯୋଗାଣ ସୁବିଧା,ଆଦିବାସୀ ମାନଙ୍କୁ ଜନସଂଖ୍ୟା ଆଧାରରେ ଆବାସ ଯୋଜନାରେ ସଂରକ୍ଷଣ କରି ଆବାସ ପ୍ରଦାନ, ଆଦିବାସୀ ଗାଁମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଇଣ୍ଟରନେଟ ସଂଯୋଗ କରିବା, ଆଦିବାସୀ ଉପ ଯୋଜନା କାର୍ଯ୍ୟକାରୀ କରିବା, କେବିକେ ଯୋଜନାରେ ବଜେଟ ବ୍ୟବସ୍ଥା କରିବା, ଆଦିବାସୀ ଗାଁକୁ ସଡକ ବିଜୁଳି ପାଣି ବ୍ୟବସ୍ଥା, ଆଦିବାସୀମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ, ଆଦିବାସୀ ମାନଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ନିଯୁକ୍ତି ସୁଯୋଗ, ଆଦିବାସୀ ମହିଳାମାନଙ୍କୁ ମିଶନ ଶକ୍ତି ସହିତ ଆଦିବାସୀ ସମବାୟ ନିଗମରୁ ଋଣ ପ୍ରଦାନ, ଆଦିବାସୀ ସଂସ୍କୃତି ସୁରକ୍ଷା ସହିତ ଧାର୍ମିକ ପୀଠ ଏବଂ ପର୍ଯ୍ୟଟନ ସ୍ଥଳୀର ସୌନ୍ଦର୍ଯ୍ୟ କରଣ ଓ ଉନ୍ନତିକରଣ ପାଇଁ ପାଣ୍ଠି ପ୍ରଦାନ, ପୁରୀ ଓ ଭୁବନେଶ୍ୱରରେ ଆଦିବାସୀ ଭବନ ତଥା କଲ୍ୟାଣ ମଣ୍ଡପ ନିର୍ମାଣ, ନକଲି ଆଦିବାସୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ଏଟ୍ରୋସିଟି କେଶରେ ପୀଡିତା ଆଦିବାସୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ, ପଶ୍ଚିମ ଓଡିଶାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା, ଟିଟିଲାଗଡ଼ ଏବଂ ପାଟଣାଗଡରେ କେନ୍ଦ୍ରୀୟ ବିଦ୍ୟାଳୟ ତୁରନ୍ତ ପ୍ରତିଷ୍ଠା, ପ୍ରଧାନମନ୍ତ୍ରୀ ଅନ୍ନ କଲ୍ୟାଣ ଯୋଜନାରେ ଗରିବ ଲୋକ ମାନଙ୍କ ପାଇଁ ଚାଉଳ ପ୍ରଦାନ ପ୍ରଭୃତି ଦାବିରେ ଜ଼ିଲ୍ଲା ବ୍ୟାପି ସାଙ୍ଗଠନିକ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ନିଷ୍ପତ୍ତି କରାଯାଇଥିଲା ।
ବୈଠକରେ ସାଂସଦ ରାଜ୍ୟସଭା ନିରଞ୍ଜନ ବିଶି, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ଉପ ସଭାପତି ଯୋଗେନ୍ଦ୍ର ଭୋଇ, ସଂଘର ଅସ୍ଥାୟୀ ସଭାପତି ଶ୍ୟାମ ସୁନ୍ଦର ଭୋଇ, ବରିଷ୍ଠ ଉପ ସଭାପତି ବିଶି କେସନ ଯାନୀ, ଉପଦେଷ୍ଟା ସତ୍ୟନାରାୟଣ ଭୋଇ, ବ୍ଲକ ସଭାପତି ବଳଦେବ ଭୋଇ,ନିମାଇଁ ଝାଙ୍କର, ସନ୍ତୋଷ ପୁଟା, ପଦ୍ମନ ପ୍ରଧାନୀ, ଶରତ ଚନ୍ଦ୍ର ସିଂ ଭୋଇ, ପାଲା ଭୋଇ, ବନଳତା ମାଝୀ, ନିରଞ୍ଜନ ମାଝୀ, ସାରଥୀ ବାଗ, ସୁରଥ ଧରୁଆ, ଡୁଙ୍ଗୁରିପାଲି ସଭାପତି ଶ୍ୟାମ ଭୋଇ, ସୁନୀଲ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three − 2 =