ଧର୍ମଗଡ଼ରେ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦାବିରେ ଆନ୍ଦୋଳନ କଲା ଏବିଭିପି

0 54

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ଅବସ୍ଥାରେ ନାହିଁ । ଏକ ମାତ୍ର ବିଶ୍ୱବିଦ୍ୟାଳୟ ଥିବା ସହିତ ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରାପ୍ତ ମହାବିଦ୍ୟାଳୟ ମଧ୍ୟ ନାହିଁ । ତେଣୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ ଧର୍ମଗଡ଼ଠାରେ ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରାପ୍ତ ସ୍ୱୟଂ ଶାସିତ ମହାବିଦ୍ୟାଳୟ କରିବା ପାଇଁ ଏକ ଛାତ୍ର ଆନ୍ଦୋଳନ କରିଛି । ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରାପ୍ତ ମହାବିଦ୍ୟାଳୟ ଘୋଷଣା ହେଲେ ମହାବିଦ୍ୟାଳୟରେ ଫି’ର ମୂଲ୍ୟ କମିବା ସହିତ ଗରିବ ବିଦ୍ୟାର୍ଥୀମାନେ ମଧ୍ୟ ପାଠ ପଢିବା ପାଇଁ ସୁଯୋଗ ପାଇବେ ବୋଲି ଏବିଭିପି ତରଫରୁ ଏହି ଆନ୍ଦୋଳନରେ କୁହାଯାଇଥିଲା । ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟକୁ ସ୍ୱୟଂଶାସିତ ମହାବିଦ୍ୟାଳୟ ମାନ୍ୟତା ପ୍ରଦାନ ପାଇଁ ଏକ ଶୋଭାଯାତ୍ରା କଲେଜ ଛକରୁ ଆରମ୍ଭ ହୋଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟକୁ ପୂର୍ଣ୍ଣ ସରକାରୀ ମାନ୍ୟତା ଓ ଏହାକୁ ସ୍ୱୟଂଶାସିତ ଘୋଷଣା, ଖାଲି ଥିବା ଅଧ୍ୟାପକ ନିଯୁକ୍ତି, ବିଜ୍ଞାନ ଓ କଳା ବିଷୟ ଗୁଡିକରେ ସ୍ନାତକ ଖୋଲିବା, ଛାତ୍ର ଆବାସ ଓ ଛାତ୍ରୀ ନିବାସର ନିର୍ମାଣ ଭଳି ଅନେକ ଦାବିରେ ବିଦ୍ୟାର୍ଥୀମାନେ ଋଣ ହୁଙ୍କାର କରିଥିଲେ । ଏହାପରେ ଏକ ୮ ଦଫା ଦାବି ଧର୍ମଗଡ ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରା ଯାଇଥିଲା । ଏହି ଆନ୍ଦୋଳନର ନେତୃତ୍ୱ ଏବିଭିପିର ଜିଲ୍ଲା ସଂଯୋଜକ ତନ୍ମୟ ବିଶି, ଧର୍ମଗଡ଼ ନଗର ସହ ସମ୍ପାଦକ ଅଭିମନ୍ୟୁ ଧଙ୍ଗଡାମାଝୀ, ଧର୍ମଗଡ ବ୍ଲକ ସଂଯୋଜକ ରଶ୍ମି ରଞ୍ଜନ ଭାଟି ନେଇଥିଲେ । ଏହା ସହିତ ଲିଙ୍ଗେଶ୍ୱର୍‌ ଜାଲ, ହିମାଂଶୁ, ମୁକେଶ ହଂସ, ଶୁଭମ୍‌ ନାଏକ, ଲୋକନାଥ, ସୁଜିତ୍‌, ଆକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଆନ୍ଦୋଳନ ଦ୍ୱାରା ସରକାର ଓ ପ୍ରଶାସନ ଚେତିବା ସହିତ ଧର୍ମଗଡ଼ରେ ଶିକ୍ଷା ସୁରକ୍ଷା ଓ ରୋଜଗାରର ବିକାଶ ପାଇଁ ଧ୍ୟାନ ଦିଅନ୍ତୁ ନଚେତ୍‌ ଆଗାମୀ ଦିନରେ ବିଶାଳ ଛାତ୍ର ଆନ୍ଦୋଳନ ହେବ ବୋଲି ଏବିଭିପିର ଜିଲ୍ଲା ସଂଯୋଜକ ତନ୍ମୟ ବିଶି ନିଜର ମତ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

five × two =