ପହରିଆ ଆଦିମ ଜନଜାତିଙ୍କୁ ପାରମ୍ପାରିକ ଜଙ୍ଗଲ ଅଧିକାର ଆଇନ ଅନ୍ତର୍ଭୁକ୍ତ କରିବାକୁ ଦାବି

0 54

ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ-୨ରେ ଜନ ଶକ୍ତି ଅଭିଯାନ ପକ୍ଷରୁ ଆବାହକ ପ୍ରଫୁଲ୍ଲ ସାମନ୍ତରା ଏକ ସମ୍ବାଦିକ ସମ୍ମିଳନୀରେ ସୁନାବେଡା ଅଭୟାରଣ୍ୟର ସମସ୍ୟା ସାଙ୍ଗକୁ ପହରିଆ ଆଦିମ ଜନଜାତିଙ୍କୁ ପାରମ୍ପରରିକ ଜଂଗଦ୍ଭ ଅଧିକାର ଆଇନ ଭୁକ୍ତ କରିବାକୁ ଦାବି କରିଛନ୍ତି । ଜଙ୍ଗଲ ଏବଂ ପହରିଆଙ୍କ ଅତି ନିବିଡ଼ ସମ୍ପର୍କ ଅଟେ । ଏହି ଜନଜାତି ଆଦିବାସୀ ମାନ୍ୟତା ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଆଦିବାସୀ ମାନ୍ୟତା ପ୍ରଦାନ ଏକ ପ୍ରସଙ୍ଗ ଅଟେ । କିନ୍ତୁ ପହରିଆ ପାରମ୍ପାରିକ ବନବାସୀ ରୂପ ଜଂଗଲ ଅଧିକାର ଆଇନର ସମସ୍ତ ସୁବିଧା ପ୍ରଦାନ ପାଇବା ପାଇଁ ଯୋଗ୍ୟ ଅଟନ୍ତି ବୋଲି ସେ କହିଛନ୍ତି । ଆଇନରେ ପହରିଆଙ୍କ ପାଇଁ ସଂଶୋଧନର ଆବଶ୍ୟକତା ରହିଅଛି । ସେହିପରି ଆଧାର କାର୍ଡ ଲିଂକ ନ ଥିବା ସଦସ୍ୟ ଯୋଗୁଁ ଖାଉଟି ସମଗ୍ରୀରୁ ବଞ୍ଚିତ ରଖିଛନ୍ତି । ମାନ୍ୟବର ହାଇକୋର୍ଟ ଏହି ସଂକ୍ରାନ୍ତରେ ଏକ ନିର୍ଦ୍ଦେଶ ଦେଇଛନ୍ତି । ରାସନ କାର୍ଡ ରେ ନାମ ଥାଇ ଆଧାର କାର୍ଡ ପାଇଁ କୌଣସି ହିତାଧିକାରୀ ବଞ୍ଚିତ ହେବେ ନାହିଁଁ । ତେଣୁ ଅଭୟାରଣ୍ୟରେ ଅନେକ ସନ୍ତାନଙ୍କ ଖାଉଟି ସାମଗ୍ରୀ ପ୍ରଦାନ ପାଇଁ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

ten + nine =