ଉଦଯାପିତ ହେଲା ଅଲ ଇଣ୍ଡିଆ ଯାଦୁଗର ସଂଘର ଯାଦୁ ପ୍ରଦର୍ଶନ, ଯାଦୁ ଖେଳକୁ ଉପଭୋଗ କଲେ ଅର୍ଥ ମନ୍ତ୍ରୀ

0 87

ସୁବର୍ଣ୍ଣପୁର: ସହରର ସଂସ୍କୃତି ଭବନଠାରେ ୨ଦିନ ଧରି ଆୟୋଜିତ ହୋଇଥିବା ସର୍ବଭାରତୀୟ ସ୍ତରର ଯାଦୁ ପ୍ରଦର୍ଶନୀ ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଉଦଯାପନୀ ସଂଧ୍ୟାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଯୋଗଦେଇ ଯାଦୁଗର ତଥା ଦର୍ଶକଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ଯାଦୁଗର ସଂଘକୁ ଏପରି ସର୍ବଭାରତୀୟ ସ୍ତରୀୟ ଆୟୋଜନ ପାଇଁ ପ୍ରଶଂସା କରିବା ସହିତ ଏହାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅନ୍ୟତମ ଅତିଥି ଭାବେ ଯାଦୁଗର ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଏସପି ଅମରେଶ ପଣ୍ଡା, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗଦେଇ ଯାଦୁଗରଙ୍କୁ ଉତ୍ସାହିତ କରିବା ସହିତ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କୃତୀତ୍ୱ ଅର୍ଜନ କରିଥିବା ଯାଦୁଗରଙ୍କୁ ସମ୍ମାନୀତ କରିଥିଲେ । ଆୟୋଜିତ ଦୁଇ ଦିନିଆ ପ୍ରଦର୍ଶନୀ ଓ ପ୍ରଶିକ୍ଷଣ ଶିବିରରେ ପ୍ରାୟ ୬୦ ରୁ ଅଧିକ ଯାଦୁଗର ନିଜକୁ ସାମିଲ କରି ନିଜ ନିଜ ଯାଦୁ ଖେଳ ପ୍ରଦର୍ଶନ କରିବା ସହିତ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ । ସର୍ବଭାରତୀୟ ସ୍ତରର ଯାଦୁଗରମାନେ ବିଭିନ୍ନ ପ୍ରକାରର ଅଲୌକିକ ଖେଳ ପ୍ରଦର୍ଶନ କରିଥିଲେ । ଉଦଯାପନୀ ସଂଧ୍ୟାରେ ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା, ମହିରାଷ୍ଟ୍ର ତଥା ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଯାଦୁଗରଙ୍କ ଚମତ୍କାର ଯାଦୁ ପ୍ରଦର୍ଶନରେ ଦର୍ଶକ ଓ ଅତିଥି ବିଭୋର ହୋଇ ପଡିଥିଲେ । ସଂସ୍କୃତି ଭବନ ପରିସରରେ ବିଭିନ୍ନ ପ୍ରକାରର ଇଲୁଜନ, ହାତ ସଫେଇ ଖେଳ ଗୁଡିକ ନୂତନ ଭାବେ ଦେଖିବାକୁ ମିଳିଥିବା ବେଳେ ଆସନ୍ତା ୧୦ ତାରିଖ ଠାରୁ ସୁବର୍ଣ୍ଣପୁର ଠାରେ ଅଲ ଇଣ୍ଡିଆ ଯାଦୁଗର ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ପୁଣି ଏକ ସପ୍ତାହ ଧରି ପୁରୁଣା ଟାଉନ ହଲ ଠାରେ ଯାଦୁ ପ୍ରଦର୍ଶନର ମହାମିଳନ ଆୟୋଜନ କରାଯିବ ବୋଲି ସଂଘର ସଭାପତି ଯଦୁନାଥ ମିଶ୍ର ଓ ସଂଯୋଜକ ତଥା ସାମ୍ବାଦିକ ସଞ୍ଜୟ ସାହୁଙ୍କ ଠାରୁ ପ୍ରକାଶ । ଯାଦୁଗର କୋଶଳେଶ୍ୱର ଭୋଇ, ଶ୍ରୀକାନ୍ତ ନାଏକ, ସାମ୍ବାଦିକ ପିତାମ୍ବର ମହାପାତ୍ର ପ୍ରମୁଖ ଏ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

19 − fifteen =