ଦୁର୍ଘଟଣା ପରେ ଗାଡି ଛାଡି ଫେରାର, ଗଞ୍ଜେଇ କାରବାର ସନ୍ଦେହ

0 650

ହରଭଙ୍ଗା :ଜଗନ୍ନାଥ ସଡ଼କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗାଡି ଛାଡି ସମସ୍ତେ ଫେରାର । ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ପ୍ରଗଳପୁର ତସଲା ପଡିଆ ନିକଟବର୍ତ୍ତୀ ପୋଲରେ ଆଜି ସକାଳ ପ୍ରାୟ ୬ଟା ସମୟରେ ଓଡି ୧୯ଏଲ୍‌୮୭୭୯ ନମ୍ବର ବିଶିଷ୍ଟ ଏକ କାର ଦୁର୍ଘଟଣା ଘଟିଥିଲା । ପୋଲର ସାଇଟ ଗାଡ଼ରେ ଧକ୍କା ଦେଇଥିବା ଫଳରେ ଗାଡିର ଆଗ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଦୁର୍ଘଟଣା ପରେ ଗାଡି ଛାଡି ସମସ୍ତେ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗାଡିଟି ବୌଦ୍ଧ ପଟୁ ଧଳପୁର ଆଡକୁ ଯାଇଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ଓ ଗାଡ଼ିରେ ଥିବା ୪ଜଣ ଅଚିହ୍ନା ଲୋକ ଗାଡି ଭିତରୁ ବସ୍ତା ଗୁଡିକ ଧରି ମହାନଦୀ ଆଡକୁ ଚାଲିଯାଇଥିଲେଓ ଅନ୍ୟ ଜଣେ ଏକ ପଲସର ଗାଡ଼ିରେ କାରର ଡ଼ିକିରୁ ଏକ ବସ୍ତା ଗଂଜେଇ ଲୋଡ଼ କରି ବୌଦ୍ଧ ପଟକୁ ଚାଲିଯାଇଥିଲା । ଗାଡି ଭିତରେ ବର୍ତ୍ତମାନ ବିଭିନ୍ନ ଗାଡିର ୪ଗୋଟି ଚାବି ଥିବାବେଳେ ଏହା ଏକ ଗଂଜେଇ ଚୋରା ଚାଲାଣ ଗାଡି ହୋଇଥିବାର ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି । ଏହି ରାସ୍ତାରେ ପ୍ରତିଦିନ ଧଳପୁର -ଆଠମଲ୍ଲିକ ମହାନଦୀ ସେତୁ ଦେଇ ଗଂଜେଇ ଓ ଗୋରୁ ଚୋରାଚାଳନ ହେଉଥିବାର ମଧ୍ୟ ଗୁଜବ ଉଠୁଛି । ଦୁର୍ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଂଚି ଗାଡିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।

hiranchal ad1
Leave A Reply

Your email address will not be published.

twelve + 19 =