ହରିଶଙ୍କର-ନୃସିଂହନାଥ ରୋପୱେ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

0 104

ବଲାଙ୍ଗୀର : ହରିଶଙ୍କର-ନୃସିଂହନାଥ ରୋପୱେ ନିର୍ମାଣ ଦାବିରେ କେଏମ୍‌ ଏମ୍‌ (କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ) ତରଫରୁ କୋସଲ ରାଜ୍ୟ ସମନ୍ୱୟ ସମିତିର ସମର୍ଥନରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଓ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି । ଯୁବ ଏକ୍ସନ କମିଟୀ ସଭାପତି ବିନୋଦ କାଲସାଏଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଭିନ୍ନ ସଙ୍ଗଠନ ଯୋଗଦାନ କରିଛନ୍ତି । ଚାଷୀ,ଶ୍ରମିକ ଓ କୋଶଲବାଦୀ ନେତା ବିଭୁଦତ୍ତ ମିଶ୍ର, ଏକ୍ସନ କମିଟୀ ଆବାହକ ଗୋପାଲଜୀ ପାଣିଗ୍ରାହୀ, ସୁଶିଲ ଗୁରୁ ଓ ଅନ୍ୟମାନେ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି । ଛୋଟ ଛୋଟ ଦାବୀରେ ମଧ୍ୟ ଆନ୍ଦୋଳନ ପରେ ଆନ୍ଦୋଳନ କରିବାକୁ ପଡୁଛି । ରୋପୱେ ସ୍ଥାନାନ୍ତର ଅବହେଳାର ସଦ୍ୟତମ ନମୁନା । ହାଇକୋର୍ଟ ବେଞ୍ଚ, ବାଇପାସ, କୃଷି ବିଶ୍ୱବିଦ୍ୟାଳୟ ଇତ୍ୟାଦି ଇତ୍ୟାଦି ପ୍ରତାରଣା ତାଲିକା ଲମ୍ବି ଲମ୍ବି ଯାଉଛି ।

hiring

ସରକାର ଆଉ କୋଶଲାଞ୍ଚଳ ଲୋକଙ୍କ ଧୈର୍ଯ୍ୟର ପରୀକ୍ଷା କରନ୍ତୁ ନାହିଁ । ଅସନ୍ତୋଷ ନିଆଁ ରାଜରାସ୍ତାକୁ ଆସିବା ଆଗରୁ ଚେତନା ଉଦୟ ହେଉ ଅନ୍ୟଥା ସରକାର ଜଳି ପୋଡି ଯିବ ବୋଲି ଚେତାବନୀ ଦେଇଛନ୍ତି । ସଂଗ୍ରାମୀଙ୍କ ପ୍ରତି ଜିଲ୍ଲା ପ୍ରଶାସନ ମୁଖ୍ୟଙ୍କ ମନୋଭାବକୁ ନିନ୍ଦା କରାଯାଇଛି । ସୂଚାଇ ଦିଆଯାଏ ଯେ, ପୂର୍ବରୁ ରୋପୱେ ପ୍ରସଙ୍ଗରେ ହରିଶଙ୍କରସ୍ଥିତ ପାପ ନାଶିନୀ କୁଣ୍ଡରେ ୪୮ ଘଣ୍ଟିଆ ଜଳ ସତ୍ୟାଗ୍ରହ ଓ ଗତକାଲି ୧୨ ଘଣ୍ଟିଆ ଖପ୍ରାଖୋଲ ବନ୍ଦ କରାଯାଇଥିଲା । ଆବଶ୍ୟକ ହେଲେ ନବୀନ ନିବାସ ଯାଏ ଆନ୍ଦେ।।ଳନ ପହଞ୍ଚିବ ଏବଂ ଅଲଗା କୋଶଲ ରାଜ୍ୟ ଏକମାତ୍ର ବିକଳ୍ପ ବୋଲି ମତପ୍ରକାଶ ପାଇଛି । ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

two + 4 =