ସୁବର୍ଣ୍ଣ ଲୋକ ମହୋତ୍ସବ ସାଂସ୍କୃତିକ କମିଟିର ବୈଠକ

0 276

ସୁବର୍ଣ୍ଣପୁର -ଆସନ୍ତା ୧୪ ଜାନୁଆରୀ ରୁ ୧୮ ପର୍ଯ୍ୟନ୍ତ ସ୍ଥାନୀୟ ରାମେଶ୍ୱର ସ୍ଥିତ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ସୁବର୍ଣ୍ଣପୁର ଲୋକମହୋତ୍ସବ ୨୦୨୩ । ଏଥିପାଇଁ ଆଜି ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ପୌରହିତ୍ୟରେ ସାଂସ୍କୃତିକ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଚଳିତ ବର୍ଷର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଚୁଡାନ୍ତ ରୁପରେଖ ଦିଆଯାଇଥିଲା । ୧୪ ଓ ୧୫ ତାରିଖ ଦୁଇଦିନ ଧରି ଜାତୀୟ ସ୍ତରର ଖ୍ୟାତି ସଂପନ୍ନ କଳାକାର ମାନଙ୍କ ଦ୍ୱାରା କଳା ପରିବେଷଣ ସହ ଚଳିତ ବର୍ଷର ଏହି ମହୋତ୍ସବକୁ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ସମସ୍ତ ପ୍ରୟାସ କରୁଛନ୍ତି । ୧୪ ତାରିଖରେ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିବାସହ ଏହି ମହୋତ୍ସବ ଉଦଘାଟିତ ହେବ । ୩ ଦିନ ଧରି ରାଜ୍ୟ ତଥା ରାଜ୍ୟ ବାହାର ସାଂସ୍କୃତିକ ଦଳ ସବୁ ସେମାନଙ୍କ କଳା ପ୍ରଦର୍ଶନ କରିବାକୁ ଥିବାବେଳେ ପରବର୍ତ୍ତୀ ଦୁଇଦିନ ପର୍ଯ୍ୟନ୍ତ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ । ବିଶେଷ କରି ଚଳିତ ବର୍ଷ ଜିଲ୍ଲାର ସମସ୍ତ ବ୍ଲକ ସମେତ ପୌରାଞ୍ଚଳ ଓ ବିଜ୍ଞାପିତ ପରିଷଦରୁ ସାଂସ୍କୃତିକ ଦଳ ସବୁ ଅଂଶଗ୍ରହଣ କରୁଥିବା ବେଳେ ସହରର ସୁବର୍ଣ୍ଣପୁର ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଓଡିଶୀ ନୃତ୍ୟ, ପଏଁରୀ ଓ ଟ୍ରେଣ୍ଡିଡେନ୍ସ ଏକାଡେମୀ ପକ୍ଷରୁ ଲୋକନୃତ୍ୟ ପରିବେଷଣ କରାଯିବ । ସେହିପରି ବୌଦ୍ଧର ରୁଦ୍ର ଭୈରବୀ ଗୃପ୍‌, ବରଗଡ଼ , ସୁନ୍ଦରଗଡ଼,ସମ୍ବଲପୁର,ଟିଟିଲାଗଡ଼ର ଢାପ୍‌ ନୃତ୍ୟ, ରାଉରକେଲା, ରାୟଗଡାର ଆଦିବାସୀ ନୃତ୍ୟ, ବାରିପଦାର ଛଉ, ଖଟଖଟିଆର ଯାତ୍ରୀ ଅନୁଷ୍ଠାନ ସହ ସୋହେଲା, ପଦମପୁର, କେସିଙ୍ଗା, ତଥା ରାଜ୍ୟର ବିଭିନ୍ନ ଜିଲ୍ଲା ରୁ କଳାକାର ଓ ତାଙ୍କ ଦଳ ଆସି ଏଠାରେ କଳା ପ୍ରଦର୍ଶନ କରିବା ପାଇଁ ସ୍ଥିର ହୋଇଥିବା ବେଳେ ପ୍ରତ୍ୟେକ ଦିନ ସ୍ଥାନୀୟ ଭୀମଭୋଇ କଳାପରିଷଦ ପକ୍ଷରୁ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯିବ । ଆଜିର ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ଜମୁନା ପ୍ରଧାନ, ନାଟ୍ୟଶ୍ରୀ ଗଦାଧର ବାରିକ, ଶ୍ରୀବତ୍ସ ମଲ୍ଲିକ, ଗୋବିନ୍ଦ ମହାରଣା, ମାନଭଞ୍ଜନ ମିଶ୍ର, ଦିଲ୍ଲୀପ ପାତ୍ର, ଚୌଧୁରୀ ବିଭାର, ପ୍ରଦ୍ୟୁମ୍ନ ସାହୁ, ସୁରେଶ ପ୍ରସାଦ ରଥ, ଲଡୁକିଶୋର ମଲ୍ଲିକ, ଉମେଶ କୁମ୍ଭାର, ଶତୃଘ୍ନ ଲୁହା, ନିରାକାର ଦେହେରୀ, ନନ୍ଦକାହ୍ନା ପୁଝାରୀ, ବେଣିମାଧବ ବେଦବାକ, ଦେବାଶିଷ ପଟ୍ଟନାୟକଙ୍କ ସହ ସଂସ୍କୃତି କାର୍ଯ୍ୟାଳୟର ଦୁଃଖୀଶ୍ୟାମ ସେଠୀ, ବିଜୟ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

7 − 2 =