ଗଜପତି ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0 93

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ୧୭ ବର୍ଷରୁ କମ୍‌ ବୟସର ବାଳକବାଳିକା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ୍‌ ପାରଳାଖେମୁଣ୍ଡି ପରିସରରେ ଉଦଯାପିତ ହୋଯାଇଅଛି । ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଉତ୍ସବରେ ଜୟରାମ ଶତପଥି, ଆରକ୍ଷୀ ଅଧିକ୍ଷକ, ଗଜପତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରଦୀପ କୁମାର ନାୟକ, ପାରଳାଖେମୁଣ୍ଡି ପୌର ପରିଷଦ ଅଧକ୍ଷା ଶ୍ରୀମତୀ ନିର୍ମଲା ସେଠୀ, ଭାରପ୍ରାପ୍ତ କ୍ରୀଡା ଅଧିକାରୀ ତଥା ଡେପୁଟି କଲେକ୍ଟର ନଟବର ଗରଡ଼ା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୋନଜ ରଞ୍ଜନ ଦଳାଇ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ ସଭାପତିତ୍ୱ କରିଥିଲେ ।

hiring

ଜିଲ୍ଲାର ସାତ ଗୋଟି ବ୍ଲକ୍‌ର ସମସ୍ତ ମେଧାବୀ ଫୁଟବଲ୍‌ ଖେଳାଳି ବାଳକ ବାଳିକା ଓ ପାରଳାଖେମୁଣ୍ଡି ପୌରପାଳିକାର ଟିମ ମୋଟ ୧୩ ଟିମ ଅଂଶ ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପ୍ରଥମ ପ୍ରର୍ଯ୍ୟାୟରେ ଗୋଷାଣୀ ଓ ଆର. ଉଦୟଗିରି ବଳିକା ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଗୋଶାଣୀ ବାଳିକା ଟିମ ୧-୦ ଗୋଲ୍‌ରେ ବିଜେତା ହୋଇଥିଲେ । ଫାଇନାଲରେ ପାରଳାଖେମୁଣ୍ଡି ପୌରପାଳିକା ଓ ମୋହନା ବାଳକ ଟିମ ଖେଳିବା ପାଇଁ ବିବେଚିତ ହୋଇଥିଲେ । ଶେଷରେ ପାରଳାଖେମୁଣ୍ଡି ପୌରପାଳିକା ବାଳକ ଟିମ ୨-୦ ଗୋଲ୍‌ରେ ବିଜୟୀ ହୋଇଥିଲେ । ୩ଗୋଲ୍‌ ରେ ପୋସିସନ ମୋହନା ବାଳିକା ଟିମ ଓ କାଶୀନଗର ବାଳକ ଟିମ,୨ନଣ୍ଡ ପୋସିସନ ମୋହନା ବାଳକ ଟିମ, ରାନନେର ଆର. ଉଦୟଗିରି ବାଳିକା ଟିମ, ବାଳିକା ଚାମ୍ପିୟାନ ଗୋଶାଣୀ ଟିମ ଓ ବାଳକ ଚାମ୍ପିୟାନ ଟିମର ପାରଳାଖେମୁଣ୍ଡି ପୌର ପରିଷଦ ବାଳିକା ଟିମ ଅତିଥିମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ ।


ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ତଥା ତବରଡ଼ା ଉନ୍ନୀତ ଉଚ୍ଚ଼ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ, ଶାରୀରିକ ଶିକ୍ଷା ନିରୀକ୍ଷକ, ସୁରେନ୍ଦ୍ର ପାତ୍ର, ପ୍ରିୟଦର୍ଶି ମିଶ୍ର ଏବଂ ସଭା ପରିଚାଳନା କରିଥିଲେ ଅମୂଲ୍ୟ ପାଣଗ୍ରାହୀ, କାର୍ତ୍ତିକ ମହାପାତ୍ର ଉପସ୍ଥିତ ଥିଲେ । ଅତିଥି ମାନେ ଖେଳାଳି ମାନଙ୍କୁ ଜିଲ୍ଲାର ଗୌରବ ବଜାୟ ରଖିବା ପାଇଁ ଶୁଭକାମନା କରିଥିଲେ ଓ ଖେଳୁଆଡ଼ ମନଭାବ ଏହି ଖେଳରେ ଜିଲ୍ଲାର ୧୯୫ ଜଣ ଛାତ୍ରୀ / ଛାତ୍ର ସହିତ ୮୫ ଜଣ ଖେଳ ଶିକ୍ଷକ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

3 × 5 =