ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଲ, ଗୋଟିଏ କୁଟୁରା ଓ ଗୋଟିଏ ହରିଣ ଚମଡା ଜବତ କରିବା ସହ ଜଣେ ଶିକାରୀକୁ ଗିରଫ କରିବାରେ ସଫଳ ହୋଇଛି ଏସ୍ଟିଏଫ୍ । ସୂଚନା ମୁତାବକ ବୌଦ୍ଧ ଜିଲ୍ଲାରେ ବନ୍ୟଜନ୍ତୁ ଚମଡା କାରବାର ନେଇ ଏସଟିଏଫ ଖବର ପାଇ ଚାରିଛକଠାରେ ୫ ଦିନ ହେଲା ଡେରା ପକାଇ ରହିଥିଲା । ପରେ ହରଭଙ୍ଗା ଅଞ୍ଚଳରେ ବାଘ ଛାଲ ଡିଲ ନେଇ ସୂଚନା ପାଇଥିଲା ଏସ୍ଟିଏଫ । ପରେ ଏହାକୁ ବ୍ରେକ କରିବା ପାଇଁ ଏସଟିଏଫ ଓ ବନବିଭାଗ ମିଳିତ ଭାବେ ଏକ ଅପରେସନ କରାଯାଇ ବିଳମ୍ବିତ ରାତ୍ରିରେ ହରଭଙ୍ଗା ଅଞ୍ଚଳରୁ ଜଣେ ଶିକାରୀକୁ ଗିରଫ କରିବା ସହ ୩ଟି ଜନ୍ତୁ ଛାଲ ଜବତ କରିଛି ଏସ୍ଟିଏଫ୍ । ଜନ୍ତୁ ଗୁଡିକୁ ସାତକୋଶିଆ ୱାଇଲ୍ଡ ଲାଇଫ୍ ଅଞ୍ଚଳରେ ଶିକାର କରାଯାଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଏବେ ଶିକାରୀକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛନ୍ତି ଏସଟିଏଫ । ତଦନ୍ତ ଜାରି ରହିଥିବାରୁ ଶିକାରୀଙ୍କ ପରିଚୟ ଗୁପ୍ତ ରଖାଯାଇଛି ।