କଟକ: ଗତ ୨ ବର୍ଷ ପରି ଏଥର ବି ପଞ୍ଚକରେ ଖାଁ ଖାଁ ରହିବ ଧବଳେଶ୍ୱର ପୀଠ। ଶ୍ରଦ୍ଧାଳୁଙ୍କୁ ମିଳିବନି ବାବା ଧବଳେଶ୍ୱରଙ୍କ ଦର୍ଶନ ଅନୁମତି। ଧବଳେଶ୍ୱର ଝୁଲା ପୋଲ ଅସୁରକ୍ଷିତ ଥିବାରୁ ଗତକାଲିଠୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି। ଫଳରେ ଆଜି ସକାଳୁ ଧବଳେଶ୍ୱର ପୀଠ ଖାଁ ଖାଁ ପଡ଼ି ରହିଥିବା ବେଳେ ଏଥର ଯାତ୍ରାରେ ବି ଦେଖିବାକୁ ମିଳିବନି ଶ୍ରଦ୍ଧାଳୁଙ୍କ ସମାଗମ । ଏହା ସ୍ପଷ୍ଟ କରିଛନ୍ତି କଟକ ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସ୍ପି ସିଦ୍ଧାର୍ଥ କାଟାରିଆ ।
ଏସ୍ପି କହିଛନ୍ତି, ଝୁଲା ପୋଲ ଅସୁରକ୍ଷିତ ଥିବାରୁ ଗତକାଲିଠୁ ଧବଳେଶ୍ୱର ପୀଠରେ ଅନିଦ୍ଦିଷ୍ଟ କାଳ ପାଇଁ ଲାଗୁ ହୋଇଛି ୧୪୪ ଧାରା। ଆମ ପାଇଁ ଯାତ୍ରୀଙ୍କ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ୧୪୪ ଧାରା ଜାରି ହୋଇଥିବାରୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ନାହିଁ । ଆସନ୍ତା ଗୁରୁବାରଠାରୁ ପଞ୍ଚକ ଆରମ୍ଭ ହେଉଥିବାରୁ ଏଥର ବି ବିନା ଶ୍ରଦ୍ଧାଳୁରେ ଧବଳେଶ୍ୱର ଯାତ୍ରା ହେବ ।