ନୂଆପଡ଼ା : ନୂଆପଡା ଜିଲ୍ଲା ଖରିଆରରୋଡ଼ ସ୍ଥିତି ହୋଟେଲ ସ୍ୱସ୍ତିକରେ ଆଜି ବରିଷ୍ଠ ଆଇନଜୀବୀ ତଥା ବରିଷ୍ଠ ସାମ୍ବାଦିକ ବିଶ୍ୱଜିତ ପାଢୀଙ୍କ ଅଧକ୍ଷତାରେ ନୂଆପାଡା ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସମାଜରେ ସାମ୍ବାଦିକଙ୍କ ଭୂମିକା କ’ଣ ରହିବ, ସଙ୍ଘ କିପରି ମଜବୁତ ହେବ ଏବଂ ଆଗକୁ ଆହୁରି ଲୋକମାନଙ୍କ ଦୁଃଖ ସୁଖରେ ସାମିଲ ହୋଇ ପାରିବେ ସେ ଉପରେ ଆଲୋଚନା ହୋଇଥିଲା । ଏଥିରେ ଓସାକର ଡିଏଫଓ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ କିପରି ଏଚଆଇଭି ଭୁତାଣୁ ସଂକ୍ରମଣକୁ ମୂଳପୋଛ କରି ହେବ ତଥା ସଂକ୍ରମିତ ବ୍ୟକ୍ତି ବିଶେଷଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା ଯଥା ମଧୁବାବୁ ପେନସନ, ମୋକୁଡ଼ିଆ ଭଳି ସୁବିଧା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା । ଏହି ବୈଠକରେ ସଂଘର ସଭାପତି ସୁରେଶ ଆଚରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ନୂଆପଡା ବ୍ଲକ ସମ୍ପାଦକ ଅମିତ ପୁରୋହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ବୈଠକରେ ନିମନ୍ତ୍ରିତ ଅତିଥି ମନୋଜ କୁମାର ଶଗରିଆ, ସମ୍ପାଦକ ଦେବାନନ୍ଦ ତାଣ୍ଡି, ପବିତ୍ର ପ୍ରଧାନ, ରୁଦ୍ରରାଜ ବାଗ, ଦୀପକ ମିଶ୍ର, ଲୋକା ମହାପାତ୍ର, ସୁରେନ୍ଦ୍ର ପ୍ରସାଦ ତିୱାରୀ, ଶିଶିର କୁମାର ଭୂୟାଁ, ହେରମ୍ବ ମେହେର, ଶାମ୍ବ କୁମାର ସରାଫ, ରିତେଶ ରାଠୋର ସହ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଉପସ୍ଥିତ ଥିଲେ ।