ନନ୍ଦାହାଣ୍ଡି ବିଡ଼ିଓଙ୍କ ଉଦ୍ୟମରେ ଥାଇଥାନ ହେଲେ ପୋଲୁଗୁଡାର ୨ ଶିଶୁ

0 65

ନନ୍ଦାହାଣ୍ଡି : ଗତ ୮ ଦିନ ତଳେ ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ବ୍ଲକର ଜଗନ୍ନାଥପୁର ଗ୍ରାମ ପଂଚାୟତର ପୋଲୁଗୁଡାକୁ ପରିଦର୍ଶନ କରିଥିଲେ ।ଏହି ପରିଦର୍ଶନ ସମୟରେ ପୋଲୁଗୁଡା ଗ୍ରାମର ଦିନ ମଜୁରିଆ ତ୍ରିନାଥ ଜାନିଙ୍କ ସମସ୍ୟା ଉପରେ ଜାଣିବାକୁ ପାଇଥିଲେ । ସ୍ତ୍ରୀ ବିମଳା ଜାନିଙ୍କ ଅକାଳ ବିୟୋଗ ପରେ ତ୍ରିନାଥ ଜାନି ବହୁ କଷ୍ଟରେ ନିଜର ଛୋଟ ଛୋଟ ୪ ଶିଶୁ ପୁତ୍ରଙ୍କୁ ଲାଳନପାଳନ କରୁଥିବା ଓ ସେମାନଙ୍କ ଦେଖାରେଖା କରଥିବା ଯୋଗୁଁ ତ୍ରିନାଥ କୁଲି ମଜୁରୀକୁ ବି ଯାଇ ପାରୁନଥିବା ଯୋଗୁଁ ପରିବାର ବହୁତ ଦୁଃଖ କଷ୍ଟରେ ବଞ୍ଚୁଥିବା ନେଇ ବିଡ଼ିଓ ମହାଶୟ ଜାଣିବାକୁ ପାଇଥିଲେ । ନିଜର ଚେଷ୍ଟାରେ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ବୁଧବାର ଦିନ ପୋଲୁଗୁଡା ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ଜାନିଙ୍କ ଜରିଆରେ ତ୍ରିନାଥ ଜାନିଙ୍କ ବଡ଼ ଭାଉଜ ମାଗୁଣି ଜାନି ଓ ୪ ଜଣ ଶିଶୁ ପୁତ୍ରଙ୍କୁ ନବରଙ୍ଗପୁର ଜିଲ୍ଲା ଶିଶୁ ମଙ୍ଗଳ କମିଟି ଠାରେ ହାଜର କରାଇଥିଲେ । ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷା ଅଜାନ୍ତା ଶୁଭଦର୍ଶିନୀ, ସଦସ୍ୟ ସନ୍ତୋଷ ଷଡଙ୍ଗୀ ଓ ରବୀନ୍ଦ୍ର ପଧାନ, ସଦସ୍ୟା ଅନିତା ହୋତା ଓ ବିଜୟଲଷ୍ମୀ ସାହୁ ଉପସ୍ଥିତ ଶିଶୁ ,ତାଙ୍କ ବଡ ମାଆ ଓ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀଙ୍କ ସହ ବିସ୍ତୃତ ଆଲୋଚନା କରି ୪ ଶିଶୁ ମଧ୍ୟରୁ ୨ଜଣ ବଡ଼ ଶିଶୁଙ୍କୁ ସିନ୍ଧିଗୁଡା ସ୍ଥିତ ଉତ୍କଳ ବାଳାଶ୍ରମରେ ଥଇଥାନ ନିମନ୍ତେ ନିଷ୍ପତ୍ତି ନେଇ ଆଦେଶ ଜାରି କରିଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସ୍ୱେଚ୍ଛାସେବୀ ସମରେନ୍ଦ୍ର ପରିଡା ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟିର କର୍ମକର୍ତ୍ତା ସନ୍ତୋଷ ଜେନା ମଧ୍ୟ ଆଜିର ନିଷ୍ପତ୍ତି ଗ୍ରହଣ ସମୟରେ ଉପସ୍ଥିତ ଥିଲେ । ଅନ୍ୟ ଦୁଇ ଶିଶୁ ପୁତ୍ରମାନଙ୍କୁ ମଧ୍ୟ ଆଗାମୀ ଦିନରେ ଉଚିତ ଥଇଥାନ କରାଯିବ ବୋଲି ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧକ୍ଷା ଅଜନ୍ତା ଶୁଭଦର୍ଶିନୀ ମତ ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen + twelve =