ସେଣ୍ଟର ଫର କାଟାଲାଇଜିଙ୍ଗ୍‌ ଚେଞ୍ଜ ଆନୁକୂଲ୍ୟରେ ବାଲ୍ୟବିବାହ ନିରୋଧି କର୍ମଶାଳା

0 213

ଦଶପଲ୍ଲା : – ସେଣ୍ଟର ଫର କାଟାଲାଇଜିଙ୍ଗ୍‌ ଚେଞ୍ଜ (ସି-୩) ଆନୁକୁଲ୍ୟରେ ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ସ୍ଥିତ ଅନ୍ନପୂର୍ଣ୍ଣା କଲ୍ୟାଣ ମଣ୍ଡପ ଠାରେ ଦଶପଲ୍ଲାର ସାମ୍ବାଦିକ ମାନଙ୍କୁ ନେଇ ଏକ ବାଲ୍ୟବିବାହ ନିରୋଧି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ଯୋଗଦେଇ ଦଶପଲ୍ଲା ଅଞ୍ଚଳରେ ବାଲ୍ୟ ବିବାହ ହେବାର କାରଣ ଓ ନିରାକରଣ, ବାଲ୍ୟବିବାହରର କୁପରିଣାମ, ଆଇନ ଦ୍ୱାରା ପ୍ରଣୀତ ଦଣ୍ଡ ବିଧାନ ଓ ଅଧିନିୟମ ଉପରେ ପୁଂଖାନୁପୁଂଖ ଆଲୋଚନା କରିଥିଲେ । ବାଲ୍ୟବିବାହ ରୋକିବା ପାଇଁ ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦେବା ସହିତ ନିଜ ନିଜର ସାମାଜିକ ଦାୟିତ୍ୱ ସୁଚାରୁରୂପେ ସଂପାଦିତ କରିବାପାଇଁ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ସି-୩ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବା ସହିତ, ଯଥା ଶୀଘ୍ର ଦଶପଲ୍ଲା ଅଂଚଳକୁ ବଲ୍ୟବିବାହ ମୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । ଏହି ବୈଠକରେ ଦଶପଲ୍ଲା ଅଞ୍ଚଳର ୨୫ଜଣ ସାମ୍ବାଦିକ ସର୍ବଶ୍ରୀ ପ୍ରକାଶ କୁମାର ପାଣୀ, ସୁଶାନ୍ତ କୁମାର ସାହୁ, ଗଂଗାଧର ରଣା, ପ୍ରଶାନ୍ତ କୁମାର ସାହୁ, ରତ୍ନାକର ହୋତା, ପ୍ରଫୁଲ୍ଲ ପଣ୍ଡା, ପ୍ରଫୁଲ୍ଲ କୁମାର ଦାଶ୍‌, ପ୍ରମୋଦ କୁମାର ମହାନ୍ତି, ସୁଜିତ୍‌ ନାୟକ, ରଂଜନ କୁମାର ଦାସ୍‌, ବ୍ରଜ ବିହାରୀ ରୂପ, ସଂଜିବ୍‌ କୁମାର ସାହୁ, ଶ୍ରୀଧର ସାହୁ, ଆଲୋକ ସେନାପତି, ମନୋରଂଜନ ଷଡ଼ଙ୍ଗୀ, କିଶୋର ସାହୁ ପ୍ରମୁଖ ଯୋଗ ଦେଇଥିବାବେଳେ କାର୍ଯ୍ୟକ୍ରମକୁ ସି-୩ ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ବିଶୋଇ ସଂଯୋଜନା କରିଥିଲେ । ସ୍ଥାନୀୟ ସଂଯୋଜକ ନିକି ପ୍ରଧାନ, ସୁଭାଶିଷ ମିଶ୍ର , ପ୍ରିୟଙ୍କା ବରାଡ, ସ୍ୱାତିରେଖା ଦାସ, ପ୍ରସନ୍ନ ବାଘସିଂ, ଚିନ୍ମୟ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନା କରିଥିଲେ । ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି ହୋଇଥିବାରୁ ଦଶପଲ୍ଲା ଅଞ୍ଚଳକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ ଅଞ୍ଚଳ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସମସ୍ତ ସାମ୍ବାଦିକ ମତ ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

seven + ten =