ବିପଦପୂର୍ଣ୍ଣ ଅବସ୍ଥାରେ ଗଣ୍ଡାବାହାଳିଠାରୁ ସିନାପାଲି ମୁଖ୍ୟରାସ୍ତା ପୋଲ, ପ୍ରଶାସନର ଦୃଷ୍ଟି ପଡୁ

0 167

ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲି ଠାରୁ ଗଣ୍ଡାବାହାଳି ଖଡ଼ିଆଳ ଯାତାୟତ ପାଇଁ ରହିଛି କେବଳ ଏହି ଗୋଟିଏ ରାସ୍ତା । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ନେତା ମନ୍ତ୍ରୀ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ହଜାର ହଜାର ଯାତ୍ରୀ ଯିବା ଆସିବା କରିଥାନ୍ତି । ହେଲେ ଏଠାରେ ଚର୍ଚ୍ଚାର ବିଷୟ ହେଉଛି ପୋଲ ମଝି ରାସ୍ତାର ଅନେକ ସ୍ଥାନରେ ଗାତ ହେବା ସହ ତଳକୁ ଦବିବାରେ ଲାଗିଛି । କେତେବେଳେ ଯେ କେଉଁ ଯାତ୍ରୀର ଶେଷ ଯାତ୍ରା ହେବ ତାହା କହିହେବ ନାହିଁ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପକ୍କା ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ବିଜୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି । ଏହି ମୁଖ୍ୟ ରାସ୍ତା ବିପଦପୂର୍ଣ୍ଣ ହୋଇ ରହିଥିଲେ ମଧ୍ୟ କୌଣସି ଯୋଜନାରୁ ମରାମତି କରାଯାଇ ନାହିଁ । ଯାହା ଫଳରେ ଦୌନିକ ଯାତାୟତ କରୁଥିବା ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ରାସ୍ତା ଦେଇ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ରହିଥିବା ଉପସ୍ୱାସ୍ଥ୍ୟ କେନ୍ଦ୍ର, ସରକାରୀ/ବେସରକାରୀ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଦୌନିକ ୧୦ରୁ ୧୫ ବସ ଯିବା ଆସିବା କରିଥାଏ । କିନ୍ତୁ ଏ ଦିଗରେ କୌଣସି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ହେଉ ନାହିଁ । ଯଦି ଏହି ରାସ୍ତାରେ ଆକସ୍ମିତ କିଛି ଦୁର୍ଘଟଣା ଘଟେ ତା ହେଲେ ସରକାର ଦାୟୀ ରହିବ ବୋଲି ଯାତ୍ରୀମାନେ ମତ ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − four =