ଜାନୁଆରୀ ୧ରୁ ପଏଁରୀ ତିହାର :ଯୋଗ ଦେବେ ରାଜ୍ୟ ଓ ରାଜ୍ୟ ବାହାରର ୭୦୦ କଳାକାର

0 70

ସୁବର୍ଣ୍ଣପୁର – ସ୍ଥାନୀୟ ପଏଁରୀ ସଭାଗୃହ ଠାରେ ନୃତ୍ୟ, ସଂଗୀତ, ନାଟକ ର ଅଗ୍ରଣୀ ଅନୁଷ୍ଠାନ ପଏଁରୀ ପକ୍ଷରୁ ଜାନୁଆରୀ୧ରୁ ୩ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ହେବାକୁ ଥିବା ପଏଁରୀ ତିହାର ୨୦୨୩ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ପଏଁରୀ ତିହାରରେ ରାଜ୍ୟ ଓ ରାଜ୍ୟ ବାହାରର କଳାକାରମାନେ ଯୋଗ ଦେବେ । ପ୍ରତ୍ୟେକ ସନ୍ଧ୍ୟା ରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ପଏଁରୀ ସମ୍ପାଦକ ଚୌଧୁରୀ ବିଭାର ସୂଚନା ଦେଇଥିଲେ । ପଏଁରୀ ସଭାପତି ଲଡ଼ୁକିଶୋର ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ଓ ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ ପ୍ରମୁଖ ସାମ୍ବାଦିକ ମାନଙ୍କୁ ପ୍ରଚାର ପ୍ରସାର ଦିଗରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ପରେ ପଏଁରୀ ଉପସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ସହ ସମ୍ପାଦକ ପୃଥିରାଜ ବାଗ, କୋଷାଧକ୍ଷ ସୁଶାନ୍ତ ସାହୁ, ପ୍ରକାଶ ବେବର୍ତ୍ତା ଅମିତ ସାହୁ, ସନ୍ତୋଷ ମିଶ୍ର, ସନ୍ତୋଷ ପାଢ଼ୀ, ସଂଗ୍ରାମ ସାଗର, ଗୋପାଳ ମେହେର ସୌମ୍ୟରଞ୍ଜନ ସେଠୀଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

17 + 7 =