ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା!

0 128

କଂଟାବାଞ୍ଜି: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି  । ଯାହା ଏବେ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ସୃଷ୍ଟିକରିଛି  । ମମିତା ମେହେର ହତ୍ୟାକୁ ନେଇ ସାରା ରାଜ୍ୟ ସରଗରମ ହୋଇଯାଇଥିଲା । ଏହି ମାମଲାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଛନ୍ଦି ହୋଇପଡ଼ିଥିଲେ । ବିରୋଧୀ ବିଜେପି ଓ କଂଗ୍ରେସ ଏହାକୁ ଇସ୍ୟୁ କରିବାରୁ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କଂଟାବାଞ୍ଜି ଜେଲରେ ରଖାଯାଇଥିଲା । 

hiring


ତେବେ ଜେଲରେ  ଗୋବିନ୍ଦ ସାହୁ ରସିଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଗୋବିନ୍ଦଙ୍କୁ କଂଟାବାଞ୍ଜି ହସପିଟାଲରେ ଭର୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି  । ଏହାକୁ ନେଇ ଆଲୋଡ଼ନ ସୃଷ୍ଟିହୋଇଛି  । ଜେଲ ଭିତରେ ସେ କିଭଳି ଆତ୍ମହତ୍ୟା ଉଦ୍ୟମ କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି  । ଅପରପକ୍ଷରେ ମାମଲାରେ ଥିବା ଅଭିଯୁକ୍ତଙ୍କୁ ଖସାଇ ଦେବା ପାଇଁ ଏଭଳି ଷଡ଼ଯନ୍ତ୍ର କରାଯାଇଛି ବୋଲି ସାମାଜିକ ଗଣମାଧ୍ୟମ ଓ ରାଜନୀତିକ ମହଲରେ ମତପ୍ରକାଶ ପାଇଛି  । ଗୋବିନ୍ଦଙ୍କ ମୃତ୍ୟୁ ପରେ ମମିତା ମେହେର ହତ୍ୟା ମାମଲାର ଯବନିକା ପଡୁଛି ନା ତାହା ଆଉ ଏକ ଭିନ୍ନ ମୋଡ଼ ନେଉଛି ତାହା ଉପରେ ଏବେ ନଜର ରହିଛି  । 

ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କରିବେ ଡିଆଇଜି । ସମ୍ବଲପୁର ପ୍ରିଜନ ରେଞ୍ଜ ଡିଆଇଜି ଅନସୂୟା ଜେନା ଏହାର ତଦନ୍ତ କରିବେ । ଅନସୂୟାଙ୍କୁ ତଦନ୍ତ କରି ରିପୋର୍ଟ ପାଇଁ ଜେଲ ବିଭାଗ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । 

hiranchal ad1
Leave A Reply

Your email address will not be published.

nineteen + sixteen =