ଐତିହାସିକ ପାଟ ବାଲିଯାତ୍ରା ଉଦଯାପିତ

0 62

ତେନ୍ତୁଳିଖୁଣ୍ଟି: ଗତକାଲି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଂଚଳଗୁମ୍ମା ଗ୍ରାମପଞ୍ଚାୟତର ଚିତ୍ରକଟ ଗ୍ରାମଠାରେ ଐତିହାସିକ ପାଟ ବାଲିଯାତ୍ରାର ଉଦଯାପନୀ ଉତ୍ସବ ପାଳନ କରାଯାଇଛି । ପରମ୍ପରା ଅନୁଯାୟୀ ଗୁରୁମାଇ, ଶିରା, ପୂଜାରୀ ସହ ଗ୍ରାମର ହଜାର,ହଜାର ଲୋକ ବାଲି ଚାଙ୍ଗଡ଼ା ଓ ଗାଦି,ଲାଠି ଧରି ଭୀମା ଦେବତାଙ୍କ ପାଖକୁ ଯାଇଥାନ୍ତି ।
ଏହି ଯାତ୍ରାଟି ବାର ବର୍ଷକୁ ଥରେ ତିନି ମାସ ଧରି ଚାଲିଥାଏ । ଏଥିରେ ଗ୍ରାମର ଦେବାଦେବୀ ସମସ୍ତଙ୍କୁ ଗୁରୁମାଇ ଆବାହନ କରି ତିନି ମାସ ଧରି ପୂଜାର୍ଚ୍ଚନା କରାଯାଇଥାଏ । ଲୋକଙ୍କ ବିଶ୍ୱାସ ଯେ, ଏହି ଯାତ୍ରା କରିବା ଦ୍ୱାରା ଗ୍ରାମର ମଙ୍ଗଳ ହୋଇଥାଏ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।
ଏଥିରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ନବରଙ୍ଗପୁର ବିଧାୟକଙ୍କ ଧର୍ମପତ୍ନୀ ଶ୍ରୀମତୀ କୌଶଲ୍ୟା ପ୍ରଧାନୀ, ଡାବୁଗାଁ ବିଧାୟକ ମନହର ରନ୍ଧାରୀ, ନବରଙ୍ଗପୁର ଜୋନ-୧ର ଜିଲାପରିଷଦ ଶ୍ରୀମତୀ କ୍ରିଷ୍ଣା ମଞ୍ଜରୀ ବିଷୋୟୀ, ଭାରତୀୟ ଜନତା ପାର୍ଟିର ଜିଲା ସଭାପତି ଶ୍ରୀ ଜଗଦୀଶ ବିଷୋୟୀ, ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ,ଅଞ୍ଚଳଗୁମା ସରପଞ୍ଚ, ଝରିଗୁମା ସରପଞ୍ଚ ଓ ବହୁ ବିଜୁ ଜନତା ଦଳର କର୍ମୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seventeen − 1 =