ସୁବର୍ଣ୍ଣପୁର : ସହରର ଥନାପତି ପଡ଼ାରେ ଅନୁଷ୍ଠିତ ହୋଇଯାଇଛି କଳସ ଶୋଭାଯାତ୍ରା । ଏହି କଳସ ଯାତ୍ରାରେ ଥନାପତି ପଡ଼ା ତଥା ଆଖପାଖ ଅଞ୍ଚଳର ଶତାଧିକ ମହିଳା ଏବଂ ପୁରୁଷ ଯୋଗ ଦେଇଥିବା ଦେଖିବାକୁ ମିଳିଥିବା ବେଳେ ସମସ୍ତେ ମିଶି ଏକ ବିରାଟ ଶୋଭାଯାତ୍ରାରେ ଘଣ୍ଟ, ଶଙ୍ଖ, ବାଦ୍ୟର ତାଳେ ତାଳେ ମହାନଦୀ ସ୍ଥିତ ତେନ୍ତୁଳି ଘାଟରୁ କଳସ ଶୋଭାଯାତ୍ରା ରେ ବାହାରି ଥାନପତି ପଡା ପୂଜା ମଣ୍ଡପ ଠାରେ ପହଞ୍ଚିଥିଲେ । ମାଙ୍କ ପୂଜା ୧୪ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ଦିନ ସମାପ୍ତ ହେବାକୁ ଥିବା ବେଳେ ଚଳିତ ବର୍ଷ ୬ ଲକ୍ଷ ଟଙ୍କାର ବଜେଟ୍ ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି । କମିଟି ସଭାପତି ରଞ୍ଜିତ ରାଏ, ସମ୍ପାଦକ ବିକି ମିଶ୍ର, କୋଷାଧ୍ୟକ୍ଷ ବ୍ରଜ କିଶୋର ମହଲା ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଥନାପତି ପଡାର ୭୩ ତମ ଦୁର୍ଗାପୂଜା ଅବସରରେ ୧୮ ତାରିଖରେ ଓଡ଼ିଶାର ସୁନାମ ଧନ୍ୟ ଗୀତିକାର ଅଭିଜିତ ମଜୁମଦାରଙ୍କ ମେଲୋଡି ହେବାକୁ ସ୍ଥିର ହୋଇଛି । ୨୫ ତାରିଖ ଦିନ ଭସାଣି ଉତ୍ସବ ମଧ୍ୟ ଧୁମଧାମରେ ଅନୁଷ୍ଠିତ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି । ଆଜିର ଶୋଭାଯାତ୍ରାରେ ବିଶ୍ୱରଂଜନ ପୁଝାରୀ, ଭାସ୍କର ଦାଶ, ସୁକାନ୍ତ ସାହୁ, ରାମଶଙ୍କର ସାହୁ, ନବ କିଶୋର ମିଶ୍ର, ସତ୍ୟଜିତ ଥନାପତି, ସୁବାସ ମିଶ୍ର, ଚିତ୍ତ ପୁଝାରୀ ପ୍ରମୁଖ ସାମିଲ ଥିଲେ ।