ସିସିଟିଭିରେ କଏଦ ହେଲା ବୁଲେଟ ଚୋରି ଘଟଣା

0 302

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ବଜାରରୁ ଗତକାଲି ରାତ୍ରିରେ ଜଣେ ବ୍ୟବସାୟୀଙ୍କ ବୁଲେଟ ଘର ସମ୍ମୁଖରୁ ଚୋରି ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ପୁରୁଣା କଟକ ସହରର ବ୍ୟବସାୟୀ ତୋଫାନ ସାହୁ ତାଙ୍କ ବୁଲେଟକୁ ଦୀର୍ଘଦିନ ହେଲା ଘର ସମ୍ମୁଖରେ ରଖି ଆସୁଥିଲେ । ଆଜି ସକାଳୁ ଉଠି ଦେଖିବାରୁ ଗାଡିଟି ଘର ସମ୍ମୁଖରେ ନ ଥିଲା । ସେ ନିଜ ଘର ସମ୍ମୁଖରେ ଲାଗିଥିବା ସିସିଟିଭି ଫୁଟେଜ ଦେଖିବାରୁ ୩ଜଣ ଯୁବକ ତାଙ୍କ ବୁଲେଟ ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ କରୁଥିବା ନେଇ ଥାନା ଅଧିକାରୀ ଜ୍ୟୋତ୍ସା କାଉଁରି ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

seven + six =