ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରଗଳପୁର ତସରା ଖେଳପଡିଆଠାରେ ବୁଦ୍ଧଦେବ କ୍ଳବ ଆୟୋଜକରେ ଅନୁଷ୍ଠିତ ହୋଇଥିବା ୫ମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଦିନ ତୃତୀୟ ଦିବସରେ ପ୍ରଥମ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ଦିନର ଖେଳରେ ଜୟ ଦୁର୍ଗା କ୍ଳବ ଝାରସୁଗୁଡା ସହ ବୌଦ୍ଧ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ହୋଇଥିଲା । ନିର୍ଦ୍ଧାରିତ ସମୟରେ କେହି କାହାକୁ ଗୋଲ ଦେଇ ପାରିନଥିବା ବେଳେ ପରେ ସୁଟଆଉଟର ସାହାଯ୍ୟ ନିଆଯାଇଥିଲା । ଏଥିରେ ଝାରସୁଗୁଡା ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ଖେଳକୁ ରେଫରୀ ଏପି ସାହୁ ପରିଚାଳନା କରିଥିବା ବେଳେ ଲାଇନମ୍ୟାନ ଭାବେ ସୁଜିତ ରାଜହଂସ, ପ୍ରତାପ ପ୍ରଧାନ, ରଜତ ଖାରି ସହଯୋଗ କରିଥିଲେ । ପ୍ରଥମ ସେମି ଫାଇନାଲ ଦିବସରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଏନଏସି ଚେୟାରମ୍ୟାନ୍ ମୃତ୍ୟୁଞ୍ଜୟ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ତିଳେଶ୍ୱର ସରପଞ୍ଚ ଝୁନୁ ବେହେରା, ପ୍ରତିଭା ସାହୁ, ପ୍ରଗଳପୁର ଗ୍ରାମ୍ୟ ସଭାପତି ବାସୁଦେବ ପ୍ରଧାନ, ପୂର୍ବତନ ସରପଞ୍ଚ ନରେଶ କୁମାର ସେଠି, ସୁଜିତ କର୍ଣ୍ଣ ଯୋଗ ଦେଇଥିଲେ । ଆସନ୍ତାକାଲି ଖୋର୍ଦ୍ଧା (ଏମବିବି ) ସହ (କର୍ମଚାନ୍ଦ କ୍ଳବ) ସୁନ୍ଦରଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହେବା ନେଇ ବୁଦ୍ଧଦେବ କ୍ଳବ ପକ୍ଷରୁ ସୂଚନା ମିଳିଛି ।