ଜଙ୍ଗଲ ଅଧିକାର ଓ ଜଙ୍ଗଲ ସମ୍ପଦ ଶୀର୍ଷକ ତାଲିମ୍‌ ଶିବିର

0 97

ଦଶପଲ୍ଲା : ଗ୍ରାମୀଣ ଶ୍ରମଜୀବୀ ଚେତନା ସଙ୍ଗଠନ, ଛାମୁଣ୍ଡିଆ ଓ ଓଡ଼ିଶା ଜଙ୍ଗଲ ଅଧିକାର ମଞ୍ଚ, ଝାରସୁଗୁଡ଼ାଙ୍କ ମିଳିତ ଆୟୋଜନରେ ବେଣ୍ଟପଡ଼ା ସ୍ଥିତ ବାବା ଗୁପ୍ତେଶ୍ୱର କମ୍ୟୁନିଟି ହଲ୍‌ ଠାରେ ଜଙ୍ଗଲ ଅଧିକାର ଆଇନ୍‌ ୨୦୦୬ ଆଧାରିତ ଜଙ୍ଗଲ ଅଧିକାର ଓ ଜଙ୍ଗଲ ସମ୍ପଦ ଶୀର୍ଷକ ତାଲିମ୍‌ ଶିବିର ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ ସାମ୍ୱାଦିକ ସଂଘର ଅଖିଳ ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଉଦଘାଟନୀ ଅଭିଭାଷଣରେ ଶ୍ରୀଯୁକ୍ତ ପାଣିଗ୍ରାହୀ ସମସ୍ତ ଗ୍ରାମର ଅଧିବାସୀ ମିଳିତ ଓ ଏକତ୍ରିତ ଭାବରେ ଆଇନର ଉପାଦେୟତା ହାସଲ କରିବାକୁ ପରାମର୍ଶ ଦେଇଥିଲେ । ଏଥି ସହ ୨୦୦୬ ମସିହାରୁ ଆଇନ୍‌ ପ୍ରଣୟନ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଆମ ଅଞ୍ଚଳ ଲୋକ ଏହାର ସୁବିଧା ପାଇ ନପାରିବାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ମୁଖ୍ୟ ତାଲିମ୍‌ଦାତା ଭାବେ ସଞ୍ଚାର ଅନୁଷ୍ଠାନର ସମ୍ପାଦକ ପ୍ରଫୁଲ୍ଲ କୁମାର ମିଶ୍ର ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ (ଜଙ୍ଗଲ ଅଧିକାର ମାନ୍ୟତା) ଆଇନ୍‌-୨୦୦୬ର ପୃଷ୍ଠଭୂମି, ମୁଖବନ୍ଧରେ ବର୍ଣ୍ଣିତ ଆଇନ୍‌ର ଆବଶ୍ୟକତା, ଜଙ୍ଗଲ ଅଧିକାରର ସଂଜ୍ଞା, ଦାବୀ ପ୍ରକ୍ରିୟା ଆଦି ବିଭିନ୍ନ ଦିଗ ସମ୍ପର୍କରେ ତାଲିମ୍‌ ପ୍ରଦାନ କରିଥିଲେ । ଛାମୁଣ୍ଡିଆ ଅଞ୍ଚଳ ଜୈବ ବିବିଧତାରେ ପରିପୂର୍ଣ୍ଣ ଥିବାରୁ ଏହାର ସୁରକ୍ଷା ସମସ୍ତଙ୍କର ଦାୟିତ୍ୱ ବୋଲି କହିବା ସହ ବ୍ୟକ୍ତିଗତ, ଗୋଷ୍ଠିଗତ ଓ ଗୋଷ୍ଠି ସମ୍ବଳ ଅଧିକାର ସାବ୍ୟସ୍ତ କରି ଏହାର ସୁଫଳ ନେବାକୁ ଆହ୍ୱାନ ଦେଇଥିଲେ । ଛାମୁଣ୍ଡିଆ ସରପଞ୍ଚ ପ୍ରତିନିଧି ଚିତ୍ତ ରଞ୍ଜନ ସାମଲ, ସମିତି ସଭ୍ୟ ପ୍ରତିନିଧି ସାମିଲ ହୋଇ ଆଇନ୍‌ କାର୍ଯ୍ୟକାରିତା ଓ ଅଧିକାର ହାସଲ ପାଇଁ ସମସ୍ତ ପ୍ରକାରର ସହଯୋଗ ପଂଚାୟତ ତରଫରୁ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଆଇନ୍‌କୁ ନେଇ ଥିବା ଦ୍ୱନ୍ଦ୍ୱ ଉପରେ ଆଲୋଚନା କରାଯାଇଥିଲା । ସହଯୋଗୀ ତାଲିମ୍‌ଦାତା ଭାବେ ସନ୍ତୋଷ କୁମାର ପ୍ରଧାନ ବିଭିନ୍ନ ପ୍ରସଙ୍ଗରେ ଲୋକମାନଙ୍କ ପ୍ରଶ୍ନକୁ ସଫଳ ରୂପେ ଆଲୋଚନା କରିବାରେ ସହଯୋଗ କରିଥିଲେ । ୧୨ ଖଣ୍ଡ ଗ୍ରାମର ଜଙ୍ଗଲ ଅଧିକାର କମିଟିର ସଦସ୍ୟ, ଗ୍ରାମ ସଭାପତି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀ ମିଶ୍ର, କମଳଲୋଚନ ଦଳେଇ, ଭାଗି ଭାଇ ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ ଯୋଗାଇ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

20 + 5 =