ଜାଡରେ ଥରୁଛି ଘୁ.ଉଦୟଗିରି

0 60

ଘୁ ଉଦୟଗିରି: ଚଳିତ ବର୍ଷ ଘୁ.ଉଦୟଗିରିରେ ଶୀତର ପ୍ରକୋପ ଦେଖୁବାକୁ ମିଳିଛି । ତିନି ଦିନ ଭିତରେ ତାପମାତ୍ରା ଖସିବାରେ ଲାଗିଛି । ଆଜି ଘୁ.ଉଦୟଗିରିରେ ତାପମାତ୍ରା ୫ଡିଗ୍ରୀରେ ପହଁଚିଥିବା ବେଳେ ଗ୍ରାମାଞ୍ଚଳରେ ପ୍ରବଳ ଶୀତ ଅନୁଭବ ହେଉଛି । ଏହି ଅଂଚଳରେ ଗତକାଲିଠାରୁ ହାଡ଼ଭଙ୍ଗା ଶୀତ ଅନୁଭବ ହେଉଛି । ଜାଡ଼ରେ ଥରୁଛି ପୁରା ଅଞ୍ଚଳ । ଜୀବନ ଯାତ୍ରା ବ୍ୟାହତ ହେବାରେ ଲାଗିଛି । ରାତିପାହିଲେ ଗରିବ ଲୋକ ଖରା ଏବଂ ସଞ୍ଜ ନଇଁଲେ ନିଆଁକୁ ଭରଷା କରୁଛନ୍ତି । ଜାଡରେ ଥରୁଛି ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରି । ଆଜି ରାଜ୍ୟର ସବୁଠୁ ଥଣ୍ଡା ଅଂଚଳ ଭାବେ ଘୁ.ଉଦୟଗିରି ଆଗରେ ରହିଛି ।

hiranchal ad1
Leave A Reply

Your email address will not be published.

5 × 4 =