ହରଭଙ୍ଗା ବ୍ଲକରୁ ଶ୍ରୀଜଗନ୍ନାଥ ଧାମକୁ ଗଲା ରଥକାଠ, ଚାରିଛକ ଜଗନ୍ନାଥ ପ୍ରେମୀ ବଣିକ ସଂଘଙ୍କ ଭବ୍ୟ ସମ୍ବର୍ଦ୍ଧନା

0 172

ହରଭଙ୍ଗା :ଶ୍ରୀଜଗନ୍ନାଥ ଧାମ ପୁରୀକୁ ଚଳିତ ବର୍ଷ ରଥ ନିର୍ମାଣ ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ରେଞ୍ଜ ଆଡେଣିଗଡ଼ ସେକ୍ସନରୁ ଗୁରୁବାର ପ୍ରଥମ ପର୍ଯ୍ୟାୟରେ ୫୪ଖଣ୍ଡ ଅସନ କାଠ ପଠା ଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବାକି ୧୨୩ଖଣ୍ଡ ଅସନ କାଠ ସର୍ବ ମୋଟ ଉକ୍ତ ସେକ୍ସନରୁ ମୋଟ ୧୭୭ ଖଣ୍ଡ ଅସନ ଯିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟରେ ଯାଉଥିବା ରଥ କାଠକୁ ଭବ୍ୟ ସମ୍ବର୍ଦ୍ଧନା ସହିତ ନିଆଯାଉଥିବାର ଜଣାପଡିଛି । ସୂଚନା ଅନୁଯାୟୀ ୨୦ଫୁଟ ଲମ୍ବର ୧୪ଖଣ୍ଡ ୧୨ଫୁଟ ଲମ୍ବର ୪୦ ଖଣ୍ଡ ପ୍ରଥମେ ପଠାଯାଇଥିବା ବେଳେ ସମୁଦାୟ ୧୭୭ଖଣ୍ଡ ଅସନ କାଠ ମାଧପୁର ରେଞ୍ଜ ଆଡ଼ିପଦର ଜଙ୍ଗଲରୁ ରୀତିନୀତି ଅନୁସାରେ ଛେଦନ କରାଯାଇଥିଲା ।

hiring

ଆଜି ସମୁଦାୟ କାଠକୁ ୩ଗୋଟି ଟ୍ରକରେ ଲୋଡ଼ କରି ଚାରିଛକ ଦେଇ ଯାଉଥିବା ବେଳେ ଚାରିଛକ ଜଗନ୍ନାଥପ୍ରେମୀ ବଜାର କମିଟି ଓ ବିଭିନ୍ନ ଭକ୍ତ ମାନେ ପୁରୁଣା କଟକ ଥାନା ଠାରୁ ପୂଜା ପାଠ, ହରିବୋଲ ହୁଳହୁଳି ଓ ନାମ ସଂକୀର୍ତ୍ତନ କରି ବ୍ଲକ ଛକ ପର୍ଯ୍ୟନ୍ତ ଭବ୍ୟ ସମ୍ବର୍ଦ୍ଧନାରେ ନିଆଯାଇଥିଲା । ପରେ ମାଧପୁର ବନ ବିଭାଗ ପକ୍ଷରୁ ବନ ଦୁର୍ଗା ମନ୍ଦିରଠାରେ ଉକ୍ତ ରଥ କାଠ ବୋଝେଇ ଟ୍ରକକୁ ବିଭାଗ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ସମୟରେ ସ୍ଥାନୀୟ ରେଞ୍ଜ ଅଫିସର ପ୍ରବୀଣ ମହାକୁଡ଼, ଫରେଷ୍ଟର ସୁଶୀଲ କୁମାର ହୋତା, ଫରେଷ୍ଟ ଗାର୍ଡ -ଦୀପକ ପ୍ରଧାନ, ସୁନୀଲ ଖେତୀ, ସୁମନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nine − 3 =