ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଜବରଦଖଲ ଉଚ୍ଛେଦ ଘଟଣା, ଥାନାରେ ଏତଲା ଦେଲେ କ୍ଷତିଗ୍ରସ୍ତ ପରିବାର

0 269

ବାଲିଗୁଡ଼ା: ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଯୋହନପଲ୍ଲୀ ସ୍ଥିତ ୫୯ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ସରକାରୀ ଜମିରେ ଗୃହ କାମ ନିର୍ମାଣ ବେଳେ ଗତକାଲି ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସନ୍ନ୍ୟାସୀ ଦିଗାଲ ନାମକ ବ୍ୟକ୍ତି ବହୁବର୍ଷ ଧରି ସେଠାରେ ଆଜବେଷ୍ଟସ ଘେରା ଘର କରି ରହିଆସୁଥିବା ବେଳେ ବର୍ତ୍ତମାନ ସେହି ଜମିରେ ଘର କାମ ଆରମ୍ଭ କରୁଥିଲେ ତେବେ ଉକ୍ତ ଜମିରେ ସନ୍ନ୍ୟାସୀ ଗୃହ ନିର୍ମାଣ କରୁଥିବା ବେଳେ ଉକ୍ତ ଜମିକୁ ଗତକାଲି ସିମନବାଡି ଗ୍ରାମର ମାତୃଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉକ୍ତ ଜମି ସେମାନଙ୍କର ବୋଲି କହି ଜୋର ଜବରଦସ୍ତ ନିର୍ମାଣ କରାଯାଉଥିବା ଘର କାମକୁ ବନ୍ଦ କରିବା ସହିତ ଉଠା ଯାଇଥିବା ଇଟା ଓ ଉପରେ ପକା ଯାଇଥିବା ଆଜବେଷ୍ଟସ ଆଦିକୁ ବାହାର କରିବା ସହିତ ସନ୍ନ୍ୟାସୀଙ୍କ ପାଇଖାନା ଇତ୍ୟାଦିକୁ ଶାବଳ ଦ୍ୱାରା ଭାଙ୍ଗି ଦେଇଥିଲେ । ଏନେଇ ସନ୍ନ୍ୟାସୀଙ୍କ ପତ୍ନୀ ଶାନ୍ତିଲତା ଦିଗାଲ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶାନ୍ତିଲତାଙ୍କ ଏତଲାକୁ ଭିତ୍ତି କରି ଦାରିଙ୍ଗବାଡ଼ି ପୁଲିସ ଥାନା କେଶ ନମ୍ବର୧୫୬/୨୨ରେ ମାମଲା ରୁଜୁ କରି ସରକାରୀ ଜମିରେ ଘର କରିଥିବା ସନ୍ନ୍ୟାସୀ ଦିଗାଲଙ୍କ ଘର ଭାଙ୍ଗିବା ଅଭିଯୋଗରେ ୨୪ଜଣ ମହିଳା ପୁରୁଷଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ଏହାର ସଂଖ୍ୟା ବୃଦ୍ଧି ହେବା ନେଇ ଥାନା ତରଫରୁ ସୂଚନା ମିଳିଛି । ଅଭିଯୋଗ ପ୍ରକାରେ ସ୍ୱୟଂ ସହାୟକ ଗୋଷ୍ଠି ମହିଳା ତାଙ୍କ ସମର୍ଥକଙ୍କ ସହିତ ଆସି ନିର୍ମାଣ କରୁଥିବା ଘର ପାଇଖାନା ଭାଙ୍ଗିବା ସହିତ ତାଙ୍କର ୧ଲକ୍ଷ ୬୦ହଜାର ଟଙ୍କା ସହିତ ଆସବାବପତ୍ର ଚୋରି ହୋଇଥିବା ନେଇ ଥାନାରେ ଏତଲା ହୋଇଛି । ଏତଲା ପ୍ରକାରେ କେଶ ନମ୍ବର ୧୫୬/୨୨ ରେ ମାମଲା ରୁଜୁ କରାଯାଇଥିବା ବେଳେ ଏହି ଘଟଣାରେ ଆଇପିସିର ଦଫା ୧୪୭/୧୪୮/୩୪୧/୪୨୭/୪୫୫/୨୯୪/୫୦୬/୩୭୯/୧୪୯ ଅନୁସାରେ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ପ୍ରକାଶ କରିଥିବା ବେଳେ ଆଜି ଘଟଣାର ତଦନ୍ତକାରୀ ଅଫିସର ଏସ .ଶ୍ରୀନିବାସ ରାଓ ରାଜସ୍ୱ ବିଭାଗ କର୍ମଚାରୀଙ୍କ ସହିତ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନ ସନ୍ୟାସୀଙ୍କ ପରିବାର ଲୋକେ ଖୋଲା ଆକାଶ ତଳେ ରହିଥିବା ବେଳେ ପୋଲିସ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ନିଃସହାୟ ହୋଇ ଖୋଲା ଆକାଶ ତଳେ ଥିବା ଏହି ପରିବାରକୁ ସଠିକ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ସନ୍ନ୍ୟାସୀଙ୍କ ପରିବାର ଲୋକେ ପ୍ରଶାସନ ଆଗରେ ଗୁହାରୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty − 20 =