ସରକାରୀ ଛୁଟି ଦିନରେ ବ୍ଲକସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ,ସିଡିପିଓଙ୍କ ସମେତ ଅନେକ ଜନପ୍ରତିନିଧି ଅନୁପସ୍ଥିତ

0 66

ଗଞ୍ଜାମ:କୁକୁଡାଖଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଏମଜିଏନଆରଜିଏସ, ଏନଏସଏପି, ଆଇସିଡିଏସ, ମମତା ଯୋଜନା,ପଞ୍ଚଦଶ ଅର୍ଥ କମିଶନ ଉପରେ ଆଲୋଚନା ହୋଇଥିଲା ।କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ଘୋଷଣା କରାଯାଇଥିଲା ସୂର୍ଯ୍ୟ ଗ୍ରହଣ ପଡୁଥିବାରୁ । ହେଲେ କୁକୁଡାଖଣ୍ଡି ବ୍ଲକରେ ଅକ୍ଟୋବର ୨୫ ତାରିଖରେ ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ନିମନ୍ତେ ସମସ୍ତ ଜନପ୍ରତିନିଧିଙ୍କୁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଗତ ୭ ତାରିଖରେ ସୂଚନା ଦିଆଯାଇଥିଲା । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଅକ୍ଟୋବର ୨୫ ତାରିଖ ଦିନ ସୂର୍ଯ୍ୟ ଗ୍ରହଣ ପଡ଼ୁଥିବାରୁ ଛୁଟି ଘୋଷଣା କରାଯାଇଥିଲା । କିନ୍ତୁ କୁକୁଡ଼ାଖଣ୍ଡି ବ୍ଲକରେ ଛୁଟି ଦିନରେ ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିପୂର୍ବରୁ କୌଣସି ଜନପ୍ରତିନିଧିଙ୍କୁ ଯୋଗ ଦେବା ପାଇଁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ପରବର୍ତ୍ତୀ ସମୟରେ ସୂଚନା ଦିଆଯାଇନଥିଲା । ଫଳରେ ଅନେକ ଜନପ୍ରତିନିଧି ଛୁଟି ଭାବି ଯୋଗ ଦେଇନଥିଲେ । ହେଲେ ବ୍ଲକ ପାଖାପାଖି ଅଞ୍ଚଳର କିଛି ଜନପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ କୁକୁଡ଼ାଖଣ୍ଡି ବ୍ଲକର କିଛି ଜନପ୍ରତିନିଧି ମାନେ କ୍ଷୋଭ ପ୍ରକାଶ କରିବା ସହ ସ୍ଥାନୀୟ ବିଡ଼ିଓ ଓ ବ୍ଲକ ଅଧକ୍ଷ ସେମାନଙ୍କୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛନ୍ତି । ଅନୁପସ୍ଥିତ ସମିତିସଭ୍ୟ ମଧ୍ୟରୁ ଲାଞ୍ଜିଆ ସମିତି ସଭ୍ୟ କାହ୍ନୁ ପାତ୍ର ଅଭିଯୋଗ କରିଛନ୍ତି ଯେ,ଗୋଟେ ପଟେ ରାଜ୍ୟ ସରକାର ଛୁଟି ବୋଲି ଘୋଷଣା କରିଥିବା ବେଳେ ଅନ୍ୟପଟେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ହେଲେ ଆମକୁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା ।ବର୍ତ୍ତମାନ କୁକୁଡ଼ାଖଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାହାର ଇଙ୍ଗିତରେ ଆମ ପ୍ରତି ଘୋର ଅବହେଳା କରୁଛନ୍ତି ତାହା ଚିନ୍ତାର କାରଣ ପାଲଟିଛି । ଲୋଚାପଡା ସମିତିସଭ୍ୟ ଚଣ୍ଡୀ ଚରଣ ସାହୁ ସମିତିସଭ୍ୟଙ୍କୁ ଅଣଦେଖା କରାଯାଉଥିବା ନେଇ ବିଡ଼ିଓଙ୍କୁ ଅଭିଯୋଗ କରିବା ସମୟରେ ଶିହଳା ସରପଞ୍ଚଙ୍କ ଭାଇ ବାଲାଜୀ ପାତ୍ରଙ୍କ ସହ କଥା କଟାକଟି ହୋଇଥିଲା । ଅନ୍ୟପକ୍ଷେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ମହିଳା ସରପଞ୍ଚ ମାନେ ଆସୁନଥିବା ବେଳେ ତାଙ୍କ ସ୍ୱାମୀ କିମ୍ବା ଭାଇ ମାନେ ପ୍ରତିନିଧି ଭାବେ ଆସି ଉପସ୍ଥିତ ରହୁଛନ୍ତି । ଯଦ୍ୱାରା ସରପଞ୍ଚ ମାନେ ପ୍ରକୃତ ତଥ୍ୟ ଜାଣିପାରୁନାହାନ୍ତି ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶୁଭଶ୍ରୀ ରଥ, ବିଡ଼ିଓ ପଲବୀ ସ୍ୱାଇଁ, ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର,ଏଇ ଅନୁରାଗ ରଥ ଯୋଗଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସମ୍ମନିତ ଶିଶୁ ବିକାଶ ଯୋଜନା ଓ ମମତା ଯୋଜନା ବିଷୟରେ ଆଲୋଚନା ହୋଇଥିଲେ ମଧ୍ୟ ସିଡିପିଓ ଅନୁପସ୍ଥିତ ରହିଥିଲେ । ହେଲେ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସିଡିପିଓ ଓ ଜନପ୍ରତିନିଧି ଯୋଗ ଦେଇପାରିନଥିବାରୁ ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି କିଛି ଜନପ୍ରତିନିଧି । ହେଲେ ଏହି କାର୍ଯ୍ୟକ୍ରମକୁ ଆୟୋଜିତ କରିଥିବା ସ୍ଥାନୀୟ ବ୍ଲକ ପ୍ରଶାସନ ଦାୟୀ ନା ଛୁଟି ଘୋଷଣା କରିଥିବା ରାଜ୍ୟ ସରକାର ଦାୟୀ ବୋଲି ପ୍ରଶ୍ନ ଉଠିଛି ।

hiranchal ad1
Leave A Reply

Your email address will not be published.

17 − eight =