ଲୋଇସିଂହା ଏନଏସି ଦାବୀ ତେଜିଲା

0 74

ବଲାଙ୍ଗୀର : ଲୋଇସିଂହା ଏନ୍‌ଏସି ଦାବୀରେ ଆଞ୍ଚଳିକ ବିକାଶ ପରିଷଦ ଡାକରାରେ ବନ୍ଦ ରହିଛି ସରକାରୀ କାର୍ଯ୍ୟାଳୟ । ବନ୍ଦରୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜରୁରୀକାଳୀନ ସେବା ପ୍ରଦାନ କରୁଥିବା କାର୍ଯ୍ୟାଳୟକୁ ବାଦ ଦିଆଯାଇଛି । ପ୍ରାୟ ୫୦ଟି ବିଭିନ୍ନ ସଂଗଠନ ବନ୍ଦକୁ ସମର୍ଥନ କରି ଯୋଗଦାନ କରିଛନ୍ତି । ଅଞ୍ଚଳର ବିକାଶ ପାଇଁ ଏନଏସି ଆବଶ୍ୟକ ଓ ମାନଦଣ୍ଡ ଥାଇ ସୁଦ୍ଧା ଅବହେଳା ଗ୍ରହଣୀୟ ନୁହେ । ପୂର୍ବରୁ ଦୀର୍ଘ ଦିନ ଧରି ଆନ୍ଦୋଳନ କରାଯାଇଥିଲା । କିଛି ଦିନ ପରେ ଏବେ ପୁଣି ଅଞ୍ଚଳବାସୀ ଦାବୀ ହାସଲ ପାଇଁ ବାହାରିଛନ୍ତି । ଦାବୀ ହାସଲ ନ ହେବା ଯାଏ ପ୍ରତି ମାସରେ ନିର୍ଦ୍ଦିଷ୍ଟ ଗୋଟେ ଦିନ ଏଭଳି ବନ୍ଦ କରି ପ୍ରତିବାଦ କରାଯିବ ବୋଲି ନେତୃବୃନ୍ଦ ମତ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

18 − 7 =