ଖପ୍ରାଖୋଲରେ ରବିଚାଷ ପ୍ରସ୍ତୁତି ସମ୍ପର୍କିତ ତାଲିମ ଶିବିର : ପାଞ୍ଚଶହ ହେକ୍ଟର ଜମିରେ ହେବ ମୁଗ ଚାଷ

0 59

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ କୃଷିକାର୍ଯ୍ୟାଳୟ ତାଲିମ ଗୃହ ଠାରେ ଏଫ୍‌ଇଏସ ଭୁବନେଶ୍ୱର ଓ କୃଷି ବିଭାଗ ର ମିଳିତ ଆନୁକୁଲ୍ୟରେ ରବି ଚାଷ ପ୍ରସ୍ତୁତି ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ତାଲିମ ଶିବିରରେ ଏଫ୍‌ଇଏସ ମାଷ୍ଟର ଟ୍ରେନର ଅଭୟ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବିଡ଼ିଓ ରଶ୍ମି ରଞ୍ଜନ ରାଉତ ଯୋଗଦେଇ ତାଲିମ ଶିବିର ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ବ୍ଲକ୍‌ କୃଷି ଅଧିକାରୀ ଡମ୍ବରୁଧର ମେହେର, ସହକାରୀ କୃଷି ଅଧିକାରୀ ସୁଜିତ କୁମାର ଭୋଇ ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ରବି ଋତୁରେ ଅଣ ଧାନ ଚାଷକୁ ପ୍ରାଧାନ୍ୟ ଦେବା ସହ ଜଳର ଉତ୍ତମ ପରିଚାଳନା ଉପରେ ତାଲିମ ପ୍ରଦାନ କରାଯାଇଥିଲା । ମୁଗ, ପିଆଜ, ପନିପରିବା ଚାଷ ପାଇଁ ବିହନ ଚୟନ, ଜମି ପ୍ରସ୍ତୁତି, ତଳି ଘରା ପ୍ରସ୍ତୁତି, ରୋଗ ପୋକ ନିୟନ୍ତ୍ରଣ ଉପରେ ଆଲୋଚନା ହୋଇଥିଲା । ଚଳିତ ରବି ଋତୁରେ ବ୍ଲକରେ ୫ ଶହ ହେକ୍ଟର ଜମିରେ ମୁଗ ଚାଷ ପାଇଁ ପ୍ରସ୍ତାବ ରହିଥିବା ବ୍ଲକ୍‌ କୃଷି ଅଧିକାରୀ କହିଥିଲେ । ତାଲିମ ଶିବିରରେ ଆଇସିଆର୍‌ଜି ବ୍ଲକ୍‌ ସଂଯୋଜକ ଶୁକଦେବ ଦାସ, ସମନ୍ୱିତ କୃଷି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବ୍ଲକ୍‌ ସଂଯୋଜକ ସୁରେଶ ବେହେରା, ଉମେଶ ଗୁପ୍ତା, ଏଟିଏମ ପରେଶ୍‌ କୁମାର ମେହେର, ମାନସ କୁମାର ଖମାରୀ, କୃଷକ ସାଥୀ, କୃଷି ମିତ୍ର ଓ ସିଆରପି ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eighteen − 9 =