କମସରା ଫାଣ୍ଡି ପରିସରରେ ରକ୍ତ ଦାନ ଶିବିର

0 81

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ତରଭା ବ୍ଲକ କମସରା ପୋଲିସ ଫାଣ୍ଡି ଆମ ପୋଲିସ ସମିତି ଓ ମୋ ସରକାର ଆନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଏହି ରକ୍ତ ଦାନ ଶିବିରକୁ ଉଦଘାଟନ କରି ଆଗକୁ କିଭଳି ନୂତନ ଯୁବ ପିଢୀ ରକ୍ତଦାନ କରିବେ ଏବଂ ଆମ ରାଜ୍ୟ ରେ ଯେମିତି ରକ୍ତର ଅଭାବରେ କୌଣସି ରୋଗୀ ମରି ନ ଯିବେ ସେଇ ମହତ ଉଦ୍ଦେଶ୍ୟ ନେଇ ସାରା ରାଜ୍ୟରେ ପୋଲିସ ପକ୍ଷରୁ ଏ ଅଭିଯାନ ଜାରି ରହିଛି ବୋଲି କହିଥିଲେ । ଥାନା ଅଧିକାରୀ ସୁବ୍ରତ କୁମାର ପାଣିଗ୍ରାହୀଙ୍କ ସଂଯୋଜନା ଓ କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୫୮ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସେଥି ମଧ୍ୟରୁ ୪୨ ଜଣ ମହିଳା ଓ ୭୧ ଜଣ ନୂତନ ରକ୍ତଦାତା ରକ୍ତଦାନ କରିଥିଲେ । ଏହି ଶିବିରରେ ଓଡିଶା ଡ୍ରାଇଭର ମହାସଂଘ ତରଭା ଶାଖା ମାହେଶ୍ୱରୀ ସଂଗଠନ ଚେଞ୍ଜ ଇଓର ମାଇଣ୍ଡ ଆସୋସିଏସନ୍‌, ଭୀମ ଆର୍ମି , ପ୍ରଗତି କ୍ଲବ୍‌ ସରଗଜ, ଏଫ ସି କ୍ଲବ୍‌ କମସରା ସମେତ ଅନେକ ସ୍ୱେଚ୍ଛାସେବୀ ସଂଗଠନ ଓ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ ଶିବିରରେ ଯୋଗଦାନ କରିଥିଲେ । ଜିଲ୍ଲା ପୋଲିସର ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ,ଡିଏସପି ସତ୍ୟଜିତ ମିଶ୍ର, ରକ୍ତଦାତା ଓ ବିଭିନ୍ନ ସଂଗଠନକୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ । ତରଭା ଆଇଆଇସି ଶ୍ରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ତରଭା ଥାନାର ଏସଆଇ ଯଯାତୀ ସାହୁ , ଏଏସ ଆଇ ନିମେଇ ବାରିକ୍‌, ନିରୁପମା ସ୍ୱାଇଁ , କମସରା ଫାଣ୍ଡିର ନିରଞ୍ଜନ ଭଞ୍ଜ, ଶକ୍ତି ଭେସେରା, ପ୍ରକାଶ ଧରୁଆ, ଉମେଶ ନାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଜିଲ୍ଲା ରକ୍ତ ଦାତା ସଂଯୋଜକ ହବିଲାଦାର ମନୋଜ ପଣ୍ଡା ଓ ଆମ ପୋଲିସ ସଂଯୋଜକ ଶିଶିର ପଣ୍ଡା, ଜୟ ପ୍ରକାଶ, ନାରାୟଣ ସାହୁ , ଅଶୋକ ସାହୁ ସଭା ସଂଯୋଜନା କରିଥିଲେ । ସୁବର୍ଣ୍ଣପୁର ରକ୍ତ କେନ୍ଦ୍ର ୭୦ୟୁନିଟ, ବୁର୍ଲା ଭିମ୍ସାର କୁ ୧୦୪, ବରଗଡ ୪୦ ଓ ବଲାଙ୍ଗିର ୪୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ସମସ୍ତ ରକ୍ତ କେନ୍ଦ୍ରର କର୍ମଚାରୀ ଡ. ସୁଦୀପ ସରକାର, କରୁଣା କର ସାହୁ, ଜଗତ ଦରୁଆନ, ଟିଟୁ ଭୋଇ, ମଣ୍ଟୁ ପ୍ରଧାନ ଭୁବନେଶ୍ୱର ସାହୁ ପ୍ରମୁଖ ରେଜିଷ୍ର୍ଟ୍ରେସନ ଓ ରକ୍ତ ସଂଗ୍ରହ କରିଥିଲେ ।

hiranchal ad1
Leave A Reply

Your email address will not be published.

five × five =