ସର୍ବଭାରତୀୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ନୟାଗଡ କପ୍‌-୨୦୨୨, ପୋଷ୍ଟାଲ ଓଡିଶା ୪ ୱିକେଟରେ ବିଜୟୀ

0 90

ଦଶପଲ୍ଲା:ନୟାଗଡ ଜିଲ୍ଲା କ୍ରିକେଟ୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ଓ ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ସର୍ବଭାରତୀୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଟି-୨୦ ନୟାଗଡ କପ୍‌-୨୦୨୨ ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଟି-୨୦ ନୟାଗଡ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସ ଲିଗ୍‌ ମ୍ୟାଚରେ ଭୁବନେଶ୍ୱର ରାମେଶ୍ୱର ସ୍ପୋର୍ଟିଂ ବନାମ ପୋଷ୍ଟାଲ ଓଡିଶା ମଧ୍ୟରେ କଡା ଟକ୍କର ହୋଇଥିବା ଜଣାପଡିଛି । ଟି-୨୦ ନୟାଗଡ କପର ଦ୍ୱିତୀୟ ଦିବସ ମ୍ୟାଚକୁ ନୟାଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମଲୋଚନ ସାହୁ, ନୟାଗଡ ସଦରଥାନା ଅଧିକାରୀ ଦିପକ୍‌ କୁମାର ଖଣ୍ଡାୟତରାୟ, ବ୍ଲକ୍‌ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ ଅତିଥି ଭାବେ ଯୋଗ ଦେଇ ଉଭୟ ଦଳର ଖେଳାଳିମାନଙ୍କ ସହ କରମର୍ଦ୍ଦନ କରି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଦ୍ୱିତୀୟ ଦିବସ ଲିଗ୍‌ ମ୍ୟାଚରେ ପୋଷ୍ଟାଲ ଓଡିଶା ଟସ୍‌ ଜିତି ବିପକ୍ଷ ଦଳ ରାମେଶ୍ୱର ସ୍ପୋର୍ଟିଂ କ୍ଲବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଭୁବନେଶ୍ୱର ରାମେଶ୍ୱର ସ୍ପୋର୍ଟିଂ କ୍ଲବର ଦୁଇ ଓପନର ଏମ.ଜି ଗୋପାଳ ଓ ସଂରାଶ କୁମାର ପଡିଆ ଭିତରକୁ ପ୍ରବେଶ କରିଥିଲେ । ୨.୩ ଓଭରରେ ୯ରନ୍‌ କରିଥିବା ବେଳେ ରାମେଶ୍ୱର ସ୍ପୋର୍ଟିଂର ସଂରାଶ କୁମାର ୫ରନ୍‌ କରି ଆଉଟ ହୋଇଥିବା ବେଳେ ଏମ.ଜି ଗୋପାଳ ୪୫ଟି ବଲ ସମ୍ମୁଖୀନ କରି ୪ଟି ଚୌକା ଓ ୨ଟି ଛକା ସହାୟତାରେ ୪୬ରନ୍‌ କରି ଅନୁରାଗ ଷଡଙ୍ଗୀଙ୍କ ବଲରେ କ୍ୟାଚ୍‌ ଆଉଟ ହୋଇ ପ୍ୟାଭେଲିୟନ ଫେରିଥିଲେ । ସେହିପରି ମନିଜେତ୍‌ ମହାନ୍ତି ୨୨ଟି ବଲ ଖେଳି ଧୁଆଁଧାର ବ୍ୟାଟିଂ କରି ୨ଟି ଚୌକା ଓ ୨ଟି ଛକା ସହାୟତାରେ ୩୨ରନ୍‌ କରି ଅନୁରାଗ ଷଡଙ୍ଗୀଙ୍କ ବଲରେ ବୋଲ୍ଡ ହୋଇ ପ୍ୟାଭେଲିୟନ ଫେରିଥିଲେ । ରାମେଶ୍ୱର ସ୍ପୋର୍ଟିଂ କ୍ଲବ ନିର୍ଦ୍ଧାରିତ ୨୦ ଓଭରରେ ମୂଲ୍ୟବାନ ୯ଟି ଓି୍ୱକେଟ୍‌ ହରାଇ ୧୩୧ରନ୍‌ କରିବାରେ ସକ୍ଷମ ହୋଇଥିଲେ । ପୋଷ୍ଟାଲ ଓଡିଶା କ୍ଲବର ବୋଲର ଅନୁରାଗ ଷଡଙ୍ଗୀ ୪ଓଭରରେ ୧୭ରନ ବ୍ୟୟରେ ୩ଟି ୱିକେଟ୍‌ ଅକ୍ତିଆର କରିଥିବା ବେଳେ ଆଲୋକ ଓ ପ୍ରିତମଜିତ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ଏବଂ ଶୁଭମ୍‌ ଓ ସାଇ ପ୍ରସାଦ ୧ଟି ଲେଖାଏଁ ୱିକେଟ ନେଇଥିଲେ । ଦ୍ୱିତୀୟ ଇନିଂସରେ ପୋଷ୍ଟାଲ ଓଡିଶା ୧୩୨ରନର ବିଜୟ ଲକ୍ଷ ନେଇ ଦୁଇ ଓପନର ବ୍ୟାଟ୍ସମ୍ୟାନ୍‌ ଅମଜିତ୍‌ ଖଟୁଆ ଓ ଦେବାଶିଷ ସାମନ୍ତରାୟ ପଡିଆ ଭିତରକୁ ପ୍ରବେଶ କରିଥିଲେ । ତେବେ ୨.୫ ଓଭରରେ ୧୨ରନ୍‌ କରିଥିବା ବେଳେ ଦେବାଶିଷ ସାମନ୍ତରାୟ ୭ରନ କରି ଜନ୍ମେଜେୟଙ୍କ ବଲରେ ବୋଲ୍ଡ ହୋଇ ପ୍ୟାଭେଲିୟନ ଫେରିଥିଲେ । ରାମେଶ୍ୱର ସ୍ପୋର୍ଟିଂର ବୋଲିଂ ଓ ପୋଷ୍ଟାଲ ଓଡିଶାର ବ୍ୟାଟିଂ ଉପରେ କଡା ଟକ୍କର ହୋଇଥିଲା । ତେବେ ସନ୍ତୋଷ ଜେନା ଓ ଶୁଭମ୍‌ ନାୟକଙ୍କ ୫୦ପ୍ରତିଶତ ଭାଗିଦାରୀ ବଳରେ ଦଳ ଦୃଢ ସ୍ଥିତିରେ ପହଞ୍ଚିଥିଲା । ସନ୍ତୋଷ ଜେନା ୩୮ବଲ ସମ୍ମୁଖୀନ ହୋଇ ୬ଟି ଚୌକା ଓ ୨ଟି ଛକା ସହାୟତାରେ ୪୮ରନ୍‌ କରିଥିବା ବେଳେ ଶୁଭମ୍‌ ନାୟକ ୩୪ଟି ବଲ ଖେଳି ୩ଟି ଚୌକା ସହାୟତାରେ ୩୧ରନର ଧୂଆଁଧାର ଇନିଂସ୍‌ ଖେଳିଥିଲେ । ପୋଷ୍ଟାଲ ଓଡିଶା ଦଳ ନିର୍ଦ୍ଧାରିତ ଓଭର ଗୋଟିଏ ବଲ ବାକିଥିବା ବେଳେ ଦଳ ବିଜୟୀ ହୋଇଥିଲା । ପୋଷ୍ଟାଲ ଓଡିଶା ୧୯.୫ ଓଭରରେ ମୂଲ୍ୟବାନ ୬ଟି ୱିକେଟ୍‌ ହରାଇ ୧୩୫ରନ୍‌ କରି ଦ୍ୱିତୀୟ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି । ରାମେଶ୍ୱର ସ୍ପୋର୍ଟିଂର ପକ୍ଷରୁ ନିରଞ୍ଜନ ଗୌଡ, ସଶ୍ମିତ୍‌ ବରାଳ ଓ ଜନ୍ମେଜୟ ନାୟକ ୨ଟି ଲେଖାଏଁ ଓି୍ୱକେଟ୍‌ ଅକ୍ତିଆର କରିଥିଲେ । ଆଜିର ମ୍ୟାଚରେ ସନ୍ତୋଷ ନେଜାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ କରାଯାଇଥିବା ବେଳେ ଅନ୍ୟତମ ଅତିଥିଭାବେ ପ୍ରଦୀପ କୁମାର ସାହୁ ଯୋଗ ଦେଇ ଟ୍ରଫି ସହ ପୁରଷ୍କାର ପ୍ରଦାନ କରିଥିଲେ । ଟି-୨୦ ନୟାଗଡ କପ୍‌-୨୦୨୨ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଲିଗ୍‌ ମ୍ୟାଚକୁ ବିସିସିଆଇ ଲେବୁଲ୍‌ ୱାନର ଅମ୍ପୟାର ଶରତ ଚନ୍ଦ୍ର ସାହୁ ଓ ଓସିଏର ଅମ୍ପୟାର ପ୍ରଦୀପ କୁମାର ଜେନା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଗଣେଶ୍ୱର ମିଶ୍ର ଓ ଆଶୁତୋଷ ମିଶ୍ର ଧାରାବିବରଣୀ ପ୍ରଦାନ କରିଥିଲେ । ନୟାଗଡ ବ୍ଲକର ସମସ୍ତ ଜିଲ୍ଲାପରିଷଦ ସହାର୍ଯ୍ୟା ସହଯୋଗ କରିଥିଲେ । ଆସନ୍ତାକାଲି ମ୍ୟାଚ୍‌ ରେଲୱ ଓଡିଶା ବନାମ ୟୁନିଅନ ସ୍ପୋର୍ଟିଂ, କଟକ ମଧ୍ୟରେ କ୍ଲବ ଅନୁଷ୍ଠିତ ହେବ ବୋଲି ନୟାଗଡ ଜିଲ୍ଲା କ୍ରିକେଟ୍‌ ଆସୋସିଏସନର ସଂପାଦକ ସଂଗ୍ରାମ କୁମାର ଗୁମାନସିଂ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

20 − 15 =