ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ପ୍ରଞ୍ଚୟାତର ଜନ ପ୍ରତିନିଧି, ଯୁବକ ସଂଘ, ବଣିକ ସଂଘ ଓ ଜନ ସାଧାରଣ । ସ୍ଥାନୀୟ ହାଇ ସ୍କୁଲ୍ ଠାରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ବର୍ଷ ହେଲା ମୋହନାର ମୌଳିକ ସମସ୍ୟା ନେଇ ଅଞ୍ଚଳବାସୀ ଦାବି କରି ଆସୁଥିଲେ ମଧ୍ୟ ସମାଧାନ ହୋଇ ପାରୁନି । ମୋହନାରେ ବସ୍ ଷ୍ଟାଣ୍ଡ ଶିଶୁ ଉଦ୍ୟାନ, ଷ୍ଟାଡିୟମ୍ ଓ ସାହି ଗୁଡ଼ିକରେ ଡ୍ରେନ ନିର୍ମାଣ, ମେଡିକାଲରେ ଶହେ ଶଯ୍ୟା ସମେତ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ଯଦି ସରକାର ତଥା ପ୍ରଶାସନ ଦାବି ପୂରଣ ନ କରନ୍ତି ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ ବିଡ଼ିଓ କହିଛନ୍ତି ବର୍ତ୍ତମାନ ସବୁ ଉନ୍ନତି ମୂଳକ କାମ ତ୍ୱରାନିତ ଚାଳିଛି । ଯାହାବି ସମସ୍ୟା ରହିଛି ଖୁବ୍ ଶୀଘ୍ର ସମାଧାନ କରାଯିବ ।