ଘୁ ଉଦୟଗିରି :ଘୁ. ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ସରୁସିନାଙ୍ଗିଆ ଗ୍ରାମରେ ଏକ ଅଘଟଣ ଦେଖିବାକୁ ମିଳିଛି । ସକାଳ ସମୟରେ ବାହାରେ ପିଲାମାନେ ଖେଳୁଥିବା ବେଳେ ଗୋଟିଏ ପାଗଳ କୁକୁର ହଠାତ ଆସି ସୌମ୍ୟରଞ୍ଜନ ପ୍ରଧାନ (୩), ସୃଷ୍ଟି ପ୍ରଧାନ(୩) ପି.ବି ଆରବ (୧୦) ଓ ତ୍ରିଲଚନ ମଲ୍ଲିକ (୫୫) ଓ କାଟୁଡ଼ି ନାୟକ (୭୫) ଏବଂ ଝିମାଙ୍ଗିଆ ଗ୍ରାମର ବିରାଟ ବିନ୍ଧାଣି(୧୨) ଓ ରାଜୀଙ୍ଗା ପ୍ରଧାନ (୬୦)ଙ୍କୁ କାମୁଡ଼ିଥିଲା । ଏହିପରି ଘଟଣା ଦେଖି ପିଲାମାନଙ୍କ ପରିବାର ଛାନିଆ ହୋଇ କାନ୍ଦି ପକାଇଥିଲେ,ଉପାୟ ଶୂନ୍ୟ ହୋଇ ତୁରନ୍ତ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ଦେବ ପ୍ରଧାନ ଆମ୍ବୁଲାନ୍ସ ଯୋଗାଯୋଗ କରିଥିଲେ ଓ ୧୦୮ ଆମ୍ବୁଲାନ୍ସ ଦ୍ୱାରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ଡାକ୍ତର ସେମାନଙ୍କୁ ଚିକିତ୍ସା କରିବା ସହ ଇଞ୍ଜେକ୍ସନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ନ ଥିବାରୁ ବାହାରେ କିଣିବା ପାଇଁ କହିଥିଲେ । ନିରୀହ ଗରିବ ଲୋକଙ୍କ ପାଖରେ ଇଞ୍ଜେକ୍ସନ କିଣିବା ପାଇଁ ସମ୍ବଳ ନାହିଁ,ଯଦି ଗୋଟିଏ ଇଞ୍ଜେକ୍ସନ ହୋଇଥାନ୍ତା ତେବେ ୩୫୦ ଟଙ୍କା ଦେଇ କିଣିଥାନ୍ତେ କିନ୍ତୁ ୫ ଗୋଟି ଇଞ୍ଜେକସନ ନେବାକୁ ବାଧ୍ୟ । ତେବେ ସରପଞ୍ଚ ଏହିପରି ବ୍ୟବସ୍ଥାକୁ ନା ପସନ୍ଦ କରିଛନ୍ତି ଓ ଅନୁରୋଧ କରିଛନ୍ତି କି ଯଦି ସରକାର ମେଡିକାଲରେ ଏହି ଇଞ୍ଜେକ୍ସନ ଉପଲବ୍ଧ କରନ୍ତି ତେବେ ରୋଗୀମାନେ ଉପକୃତ ହୋଇଥାନ୍ତେ ।ପରେ ସ୍ଥାନୀୟ ଲୋକେ ସେହି ପାଗଳ କୁକୁରକୁ ଜୀବନରୁ ମାରିଦେଇଥିଲେ କାରଣ ସେ ଆଉ ଯଦି ଅଧିକ ଲୋକଙ୍କୁ କାମୁଡ଼ି ଦିଏ ତେବେ ଅସୁବିଧା ହେବା ସନ୍ଦେହରେ ମାରିଦେଇଥିବା ପ୍ରକାଶ କରିଛନ୍ତି ।ତେବେ ଏହିପରି ଘଟଣା ଯୋଗୁଁ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଉକ୍ତ ଗ୍ରାମର ୪ ଟି ଛୁଆଙ୍କ ସମେତ ୩ ଜଣ ବୟସ୍କଙ୍କୁ ପାଗଳ କୁକୁର କାମୁଡ଼ିଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଔଷଧ ନ ମିଳିବା ସ୍ଥାନୀୟ ସରପଞ୍ଚ ସମେତ ଅଞ୍ଚଳବାସୀ ନିନ୍ଦା କରିଛନ୍ତି । ସରକାର ଏହା ଉପରେ ବିଚାର କରି ସ୍ଥାନୀୟ ମେଡ଼ିକାଲରେ ଇଞ୍ଜେକସନ ଉପଲବ୍ଧ କଲେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ସାଧାରଣରେ ଚର୍ଚ୍ଚା ହେବା ସହ ଦାବି ହେଉଛି ।