ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ମୃତ ସୌମ୍ୟଶେଖର ମାଁଙ୍କ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଶେଷ

0 74

ପାଟଣାଗଡ଼: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲରେ ଗତକାଲି ୧୩ ନମ୍ବର ସାକ୍ଷୀ ଭାବରେ ମୃତ ସୌମ୍ୟଶେଖରଙ୍କ ମାଁ ସଂଯୁକ୍ତା ସାହୁ ଅତିରିକ୍ତି ଜିଲ୍ଲା ଦୌରା ଜଜରେ ସାକ୍ଷ୍ୟ ଗ୍ରହଣ ଦେଇଥିଲେ । କୋର୍ଟର ସମୟ ପ୍ରକ୍ରିୟା ସରିଯାଇଥିବାରୁ ଶ୍ରୀମତୀ ସାହୁ ଏହି ମାମଲା ସମ୍ପର୍କିତ ଅନ୍ୟ କିଛି କାଗଜପତ୍ର ସହ ବାକି ସାକ୍ଷୀତକ ଦେଇପାରି ନଥିଲେ । ଯାହାକୁ ଆଜି ଶ୍ରୀମତୀ ସାହୁ କାଠଗଡା ଭିତରେ ଛିଡ଼ା ହୋଇ ତାଙ୍କ ସାକ୍ଷ୍ୟ ପ୍ରକ୍ରିୟା ଅତି ଦମ୍ଭତାର ସହ ଶେଷ କରିବା ସହ ଏ ସମ୍ପର୍କିତ କିଛି କାଗଜ ପତ୍ର ମାନ୍ୟବର କୋର୍ଟକୁ ହସ୍ତାନ୍ତର କରିଥିଲେ । ସାକ୍ଷ୍ୟ ପ୍ରକ୍ରିୟା ସାରି କାଠଗଡା ରୁ ବାହାରିବା ସମୟରେ ତାଙ୍କ ଆଖି ସମ୍ମୁଖରେ ପାର୍ସଲ ବୋମା ଖୋଲିବା ପରେ ପୁଅର ମୃତ କଥା ମନେ ପକାଇ ଭୋ ଭୋ ହୋଇ କାନ୍ଦିପକାଇଥିଲେ । ତାଙ୍କର ଏହି ହୃଦୟ ବିଦାରକ କ୍ରନ୍ଦନରେ କିଛି ସମୟ ପର୍ଯ୍ୟନ୍ତ ସମସ୍ତେ କ୍ଷଣିକ ପାଇଁ ନିଃସ୍ତବ୍ଧ ସହ ବିଭୋର ହୋଇପଡିଥିଲେ ।ପରେ କିନ୍ତୁ ଅତିରିକ୍ତ ଜିଲ୍ଲା ଦୌରା ଜଜ ଶ୍ୱେତା ମିଶ୍ର ଶ୍ରୀମତୀ ସାହୁଙ୍କ କ୍ରନ୍ଦନ ଦେଖି ସରକାରୀ ଓକିଲ ଆଶିଷ କୁମାର ଚନ୍ଦନଙ୍କୁ ଶ୍ରୀମତୀ ସାହୁଙ୍କୁ ବୁଝାସୁଝା ସହ ସମ୍ଭାଳିବାକୁ କହିଥିଲେ । ପରେ କିନ୍ତୁ ସରକାରୀ ଓକିଲ ଆଶିଷ ଚନ୍ଦନଙ୍କ ହସ୍ତକ୍ଷେପ ପରେ ଶ୍ରୀମତୀ ସାହୁ ନିଜର ଧୌର୍ଯ୍ୟ ସମ୍ଭାଳି ପାରିଥିଲେ । ଅନ୍ୟପକ୍ଷରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲାଉଥିବା ପୁଞ୍ଜିଲାଲଙ୍କୁ ଆଜି ପୁଣି ଆଉ ଥରେ ପୂର୍ବାହ୍ନ ୧୧ ଘଣ୍ଟା ୧୫ ମିନିଟ ସମୟ ବଲାଙ୍ଗିର ଜେଲରୁ ନେଇ ପାଟଣାଗଡ଼ କୋର୍ଟ ରେ ହାଜର କରାଯାଇଥିଲା । ପୁଞ୍ଜିଲାଲଙ୍କ ପକ୍ଷରୁ ଗତକାଳି ଭଳି ଆଜି ମଧ୍ୟ ପ୍ରତିପକ୍ଷ ଓକିଲ ଭାବେ ପ୍ରମୋଦ ମିଶ୍ର ଶ୍ରୀମତୀ ସାହୁଙ୍କ ସାକ୍ଷ୍ୟକୁ ନେଇ ପ୍ରତିବାଦ କରିଥିଲେ ।ଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ କୋର୍ଟ ଧାର୍ଯ୍ୟ କରିବା ପୂର୍ବରୁ ପୁଞ୍ଜିଲାଲଙ୍କ ଓକିଲ ଶ୍ରୀ ମିଶ୍ର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ମାନ୍ୟବର କୋର୍ଟକୁ ୫ ରୁ ୭ ଦିନ ସମୟ ମାଗିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

eighteen − seventeen =