ଓଡିଶା ରାଜ୍ୟ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ

0 106

ପାରଳାଖେମୁଣ୍ଡି: ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମହାସଂଘ ପକ୍ଷରୁ ଆସନ୍ତା ୧୪ ରିଖ ଠାରୁ ୨୧ ରିଖ ପର୍ଯ୍ୟନ୍ତ ଅସହଯୋଗ ଆନ୍ଦୋଳନ ପାଇଁ ଅନିର୍ଦ୍ଦିଷ୍ଟ କାଳ ପଯ୍ୟନ୍ତ ଏକ ଦାବିପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସୂଚନାମୁତାବକ, ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ଦ୍ୱାରା କାଯ୍ୟରତ ପାଇଁ ୨୦ ହଜାର ସ୍ୱାସ୍ଥ୍ୟକର୍ମୀ ଦୀର୍ଘଦିନ ଧରି ନିଜ ନିଜ ନ୍ୟାର୍ଯ୍ୟ ଦାବି ପାଇଁ ଦାବି କରି ଆସୁଥିଲେ କିନ୍ତୁ ଏହି ଦାବିକୁ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ଯାହା ଫଳରେ ରାଜ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ଆନ୍ଦୋଳନ ଆଡକୁ ମୁହାଁଇଛନ୍ତି । ପ୍ରତ୍ୟକ୍ଷ ଭାବରେ ସରକାରୀ କର୍ମଚାରୀ ନିଜର ଚାକିରି କାଳରେ ୪ ରୁ ୮ ପଦୋନ୍ନତି ପାଉଥିବାବେଳେ ଏହି ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀମାନେ ମାତ୍ର ଗୋଟିଏ ପଦୋନ୍ନତି ପାଉଛନ୍ତି. ବା ଆଉ କେହି କେହି ବିନା ପଦୋନ୍ନତିରେ ଚାକିରୀରୁ ଅବସର ନେଉଛନ୍ତି । ଏହାର ପ୍ରତିବାଦସ୍ୱରୂପ ଗତବର୍ଷ ୨୦୨୧ ଜାନୁୟାରୀରେ ସରକାରଙ୍କ ତରଫରୁ ଭୟଙ୍କର ମହାମାରୀ କୋଭିଡ଼ ଟିକା ନେବୁ ନାହିଁ, କିନ୍ତୁ ଜନ ସାଧାରଣଙ୍କୁ ଟିକା ପ୍ରଦାନରେ ପୂର୍ଣ୍ଣ ସହଯୋଗ କରିବୁ ବୋଲି କହିଥିଲୁ । କିନ୍ତୁ ପରବର୍ତ୍ତୀ ସମୟରେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଆମ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଦାବି ପୂରଣ କ୍ଷେତ୍ରରେ ପ୍ରତିଶୃତି ଦେବା ପରେ ଆମେ ୨୦ ହଜାର ସ୍ୱାସ୍ଥ୍ୟକର୍ମୀ ଟିକା ଗ୍ରହଣ କରିଥିଲୁ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଘ କର୍ମଚାରୀଙ୍କ ଉପସ୍ଥିତିରେ ଦାବି ପୂରଣ ପାଇଁ ଆଲୋଚନା ହୋଇଥିଲେ ମଧ୍ୟ ଦାବି ପୂରଣ କ୍ଷେତ୍ରରେ ବିଶେଷ ଭାବରେ ଅଗ୍ରଗତି ହୋଇନାହିଁ । ଏହା ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀଙ୍କ କ୍ୟାଡ଼ର ପୁର୍ନରଗଠିତ ହୋଇଥିଲେ ମଧ୍ୟ ଆମେ ସେଇ ଅବହେଳିତ ଅବସ୍ଥାରେ ରହି ଯାଇଛୁ ବୋଲି ତାଙ୍କର ଦାବିରେ ଉଲ୍ଲେଖ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ନିକଟରେ ଆମ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମହାସଂଘ ପକ୍ଷରୁ ମୁଖ୍ୟ ୫ ଦଫା ଦାବି ଉପସ୍ଥାପନା ପ୍ରଦାନ କରାଯାଇଛି । ଅନୁସୂୟା ପଣ୍ଡା, କାଞ୍ଚନ ପାଣ୍ଡି, ଲିଳିତ କୁମାର ମହାନ୍ତି, ଜି. ରତିଦେଓ, ବେବି ରାଧାରାଣୀ ଜେନା, ଶାନ୍ତି କୁମାରୀ ଜେନା, ପଦ୍ମୟୀ , ସୁଜାତା ପାଢ଼ି, ରଶ୍ମିତା ପଟ୍ଟନାୟକ, ଅଞ୍ଜଳି ବାରିକ ପ୍ରମୁଖ ଗଜପତି ସିଡ଼ିଏମଓ ପ୍ରଦୀପ କୁମାର ପାତ୍ର ଓ ଡ଼. ପ୍ରମୋଦ କୁମାର ପଣ୍ଡାଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × five =