ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ମନ୍ଥରତା ପ୍ରତିବାଦରେ ଧାରଣା

0 47

ବଲାଙ୍ଗୀର : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ତରଫରୁ ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ବିଜେପି ଓ କଂଗ୍ରେସ ଦଳ ତଥା ବଲାଙ୍ଗୀର ଏକ୍ସନ କମିଟୀ, ନାଗରିକ କମିଟୀ, ଜିଲ୍ଲା ଓକିଲ ସଂଘ, କେକେଏମ୍‌ ଇତ୍ୟାଦି ବହୁ ସାମାଜିକ, ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା ଯୋଗଦାନ କରିଥିଲେ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରେଳପଥ କାର୍ଯ୍ୟର ମନ୍ଥର ଗତି ନେଇ ଅସନ୍ତୋଷ ଓ ଉଦବେଗ ପ୍ରକାଶ ପାଇଛି । ୨୮ବର୍ଷର ପ୍ରକଳ୍ପ କିନ୍ତୁ ଜମି ଅଧିଗ୍ରହଣ ଅଧା । ବଜେଟ୍‌ ତ୍ମଞ୍ଜୁରି ଅର୍ଥ ଫେରି ଯାଉଛି ।

hiring

ଜଙ୍ଗଲ ଜମି ଅଧିଗ୍ରହଣ ସମସ୍ୟା ହେତୁ ପୁଣି ଖୋର୍ଦ୍ଧା-ବଲାଙ୍ଗୀର ରେଳ ଚଳାଚଳ ଧାର୍ଯ୍ୟ ସମୟରେ ସଂପୂର୍ଣ୍ଣ ସମ୍ଭାବନା କ୍ୱଚିତ ।କେନ୍ଦ୍ର ରେଳମନ୍ତ୍ରୀ, ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଯଥେଷ୍ଟ ଗୁରୁତ୍ୱ ଦେବା ଇତ୍ୟାଦି ମତ ପ୍ରକାଶ ପାଇଛି । ସୂଚାଇ ଦିଆଯାଏ ଯେ, ଆଜି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ତରଫରୁ ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟାଳୟରେ ଧାରଣା ଦିଆଯାଇଛି । ଜିଲ୍ଲା ପ୍ରଶାସନ ଜରିଆରେ ଏକ ଦାବୀପତ୍ର ଦିଆଯାଇଛି । ଏ ପ୍ରତୀକାତ୍ମକ ଧାରଣା କେବଳ ବିଗୁଲ ମାତ୍ର । ବଲାଙ୍ଗୀର, ସୋନପୁର, ବୌଦ୍ଧ, ଫୁଲବାଣୀ ଜିଲ୍ଲା ପାଇଁ ଅତ୍ୟାବଶ୍ୟକ ଓ ବହୁ ପ୍ରତୀକ୍ଷିତ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ଓ ଜନସାଧାରଣ ଆବଶ୍ୟକ ହେଲେ ଦୁର୍ବାର ଆନ୍ଦୋଳନ କରିବ ବୋଲି ଶ୍ରୀଯୁକ୍ତ ପାଣିଗ୍ରାହୀ ଓ ଅନ୍ୟମାନେ ମତ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty + 15 =