ଅସହାୟ ଦୁଇ ନାବାଳିକାଙ୍କୁ ସହାୟତାର ହାତ ବଢ଼ାଇଲେ କୁସୁମି

0 281

ବାଲିଗୁଡ଼ା: ଆରପାରିକୁ ଚାଲିଗଲେ ବାପା । ପଚାରିଲାନି ବଡ଼ ଭାଇ । ଏଭଳି ପରିସ୍ଥିତିରେ ସାନଭାଇ ଦୁଇ ଭଉଣୀଙ୍କ ସାହାରା ପାଲଟିଛି । କୁଲି ମଜୁରି କରି ଦୁଇ ଭଉଣୀଙ୍କୁ ଦି ଓଳି ଦିମୁଠା ଖାଇବା ଯୋଗାଇବାକୁ ସଂଘର୍ଷ କରୁଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ୍‌ ଅନ୍ତର୍ଗତ ବାଟାଗୁଡ଼ା ଗ୍ରମପଞ୍ଚାୟତର ପୁସାଙ୍ଗିଆ ଗାଁ ରେ । ଏଭଳି ସ୍ଥିତିରେ ଅସହାୟ ଅବସ୍ଥାରେ ରହୁଥିବା ଦୁଇ ନାବାଳିକା ଶ୍ରୀୟା ଓ ସଂପୂର୍ଣ୍ଣାଙ୍କୁ ଥଇଥାନ କରି ଶିକ୍ଷା ବ୍ୟବସ୍ଥା କରିବାପାଇଁ ସହାୟତାର ହାତ ବଢ଼ାଇଛନ୍ତି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା କୁସୁମି ପ୍ରଧାନ । ପ୍ରଥମେ ଖବରପାଇ ନିଜ ସହଯୋଗୀଙ୍କ ସହ ପୁସାଙ୍ଗିଆ ଗ୍ରାମକୁ ଯାଇ ଦୁଇ ଭଉଣୀ ଶ୍ରୀୟା ଓ ସମ୍ପୂର୍ଣ୍ଣାଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ଏହାପରେ ବାଲିଗୁଡ଼ା ଉପଜ଼ିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କୁ ଭେଟି ଅସହାୟ ଦୁଇ ନାବାଳିକାଙ୍କୁ ଥଇଥାନ କରାଇବା ସହ ସେମାନଙ୍କ ପାଠପଢ଼ାରେ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ସୂଚନା ପ୍ରକାରେ ଚାରିବର୍ଷ ପୂର୍ବେ ଅର୍ଥାତ୍‌ ଗତ ତା-୧୮.୦୨.୨୦୧୮ ଦିଗରେ ପୁଷାଙ୍ଗିଆ ଗ୍ରାମର ବିକ୍ରମ ପାତ୍ର ପେଟରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ ।ଜନ୍ମଦାତ୍ରୀ ମାଆ ସୂର୍ଯ୍ୟକାନ୍ତି ପାତ୍ର ଛୁଆଙ୍କୁ ଛାଡ଼ି କେଉଁଆଡେ ପଳାଇଗଲେ । ଏହାପରେ ବଡ଼ ଭାଇ ମଧ୍ୟ ସାନ ଭାଇ ଭଉଣୀଙ୍କୁ ପର କରିଦେଲା । ସେହିଦିନୁ ଭଙ୍ଗା କୁଡିଆ ଘରେ ଅସହାୟ ଜୀବନ ବିତାଉଛନ୍ତି ତିନି ଭାଇ,ଭଉଣୀ । ସେପଟେ ପରିପକ୍ୱ ବୟସ ହୋଇନଥିଲେ ମଧ୍ୟ ପାଠ ପଢ଼ା ଛାଡ଼ି କୁଲି ମଜୁରି କରି ଦୁଇ ଭଉଣୀଙ୍କ ଦାୟ୍ୱିତ୍ୱ ମୁଣ୍ଡେଇ ଚାଲିଛି ୧୫ ବର୍ଷୀୟ ସାନ ଭାଇ ଶ୍ରୀମତୀ ପାତ୍ର । ସମ୍ପର୍ଣ୍ଣାର ଲାଳନ ପାଳନ ଦାୟିତ୍ୱ ନେବା ସହିତ ଘରେ ରୋଷଇବାସ କରୁଛନ୍ତି ୧୨ ବର୍ଷୀୟା ଶ୍ରୀୟା । ଗାଁ ସ୍କୁଲରେ ଶ୍ରୀୟା ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ମଧ୍ୟ ଏବେ ପାଠ ପଢ଼ାରେ ଡୋରୀ ବନ୍ଧା ହୋଇଛି । ଏଭଳି ପରିସ୍ଥିତିରେ ମାନବିକତାର ପରିଚୟ ଦେଇଛନ୍ତି କୁସୁମି । ନିଜ ସହଯୋଗୀଙ୍କ ସହାୟତାରେ ଅସହାୟ ଦୁଇ ଭଉଣୀଙ୍କୁ ଥଇଥାନ କରାଇବାକୁ ଉଦ୍ୟମ ଯାରି ରଖିଛନ୍ତି ବୋଲି କହିଛନ୍ତି କୁସୁମି । ପ୍ରଶାସନ ପକ୍ଷରୁ ଏହି ଅସହାୟ ଭାଇ ଭଉଣୀଙ୍କୁ ଥଇଥାନ କରାଇବା ସହ ସେମାନଙ୍କ ପାଠପଢ଼ାରେ ସୁବିଧା ଓ ସହଯୋଗ କରାଗଲେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରନ୍ତା ।

hiranchal ad1
Leave A Reply

Your email address will not be published.

16 + 8 =