ନୟାଗଡ ଜିଲ୍ଲା ଅଣଗେଜେଟେଡ଼ ପ୍ରାଣୀ ଚିକିତ୍ସକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

0 76

ଦଶପଲ୍ଲା : ନୟାଗଡ ଜିଲ୍ଲା ଅଣଗେଜେଟେଡ଼ ପ୍ରାଣୀ ଚିକିତ୍ସକ ସଂଘ ପକ୍ଷରୁ ୫ ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଅଣଗେଜେଟେଡ଼ ପ୍ରାଣୀ ଚିକିତ୍ସକମାନେ ନିଜର ଦାବି ହାସଲ ପାଇଁ ପୂର୍ବରୁ ବିଧାନସଭା ସମ୍ମୁଖରେ ଧାରଣା ଦେଇଥିଲେ । ଦାବି ପୂରଣ ପାଇଁ ସରକାର ପ୍ରତିଶୃତି ଦେବା ପରେ କର୍ମଚାରୀ ମାନେ ଧାରଣରୁ ଓହରିଥିଲେ । ଏହା ଭିତରେ ଦୀର୍ଘ ୫ ବର୍ଷ ବିତିଥିଲେ ମଧ୍ୟ ସରକାର ଦାବି ପୂରଣ କରିନାଁହାନ୍ତି । ପାଞ୍ଚ ଦଫା ଦାବି ମଧ୍ୟରେ ଦରମା ଥିବା ଅସଙ୍ଗତି ଦୂରୀକରଣ, କ୍ୟାଡର ପୁର୍ନଗଠନ, ନିଯୁକ୍ତି ନିୟମ ସଂଶୋଧନ, ଦୁଇ ବର୍ଷୀୟା ଡିପ୍ଲୋମା ଓ ତାର ନାମକରଣ, କାର୍ଯ୍ୟସାରଣୀର ସଂଶୋଧନ ଆଦି ପାଞ୍ଚ ଦଫା ଦାବି ରହିଛି । ଫଳରେ ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ପ୍ରାଣୀ ଚିକିତ୍ସକ ସଂଘ ପକ୍ଷରୁ ଜିଲ୍ଲା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

three × 3 =