ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଲୁକାପଡ଼ା ଛକ ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଯୁବକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ମତେ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାନୁଜ ମଳିକ (୨୩)କରଞ୍ଜକଟାକୁ କୌଣସି କାମରେ ଆସି ନିଜ ଗ୍ରାମକୁ ଫେରୁଥିବା ସମୟରେ ଗୁରୁବାର ଦିନ ସାଢେ ୧ଟା ସମୟରେ ଲୁକାପଡ଼ା ଛକ ଠାରେ ବାଇକ ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହୋଇଥିଲେ । ଏଥିରେ ସାନୁଜ ଗୁରୁତର ହୋଇଥିଲେ । ଖବର ପାଇ ଚାରିଛକ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସାନୁଜଙ୍କୁ ମୃତ ଘୋଷଣା କରିଥିଲେ । ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ କରୁଥିବା ସୂଚନା ମିଳିଛି ।