ଦଶପଲ୍ଲାରେ ପାଳିତ ହେଲା ୭୧ତମ ଜିଲ୍ଲାସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ

0 648

ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ୭୧ ତମ ଗୋ ସମ୍ବର୍ଦ୍ଧନା ଉତ୍ସବ ଏକ ସପ୍ତାହ ଧରି ଚାଲିଥିବାବେଳେ ଆଜି ଉଦଯାପିତ ହୋଇଯାଇଛି । ଦଶପଲ୍ଲା ବ୍ଲକ ନିକସ୍ଥ ଖମାର ସାହି ପଞ୍ଚାୟତର ପ୍ରାଣୀସେବା କେନ୍ଦ୍ର ଠାରେ ଏହି ଉତ୍ସବ ପାଳିତ ହୋଇଯାଇଛି । ଆଜିର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଖମାର ସାହି ସରପଞ୍ଚ ସନ୍ଧ୍ୟାରାଣୀ ବେହେରା, ସମିତି ସଭ୍ୟା ମନୋରମା ବେହେରା, ୧୧ନମ୍ବର ଜିଲାପ୍ରତିନିଧି ବସନ୍ତ କୁମାର ପ୍ରଧାନ ନୟାଗଡ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ,ସତ୍ୟନାରାୟଣ ପଣ୍ଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଯୋଗ ଦେଇଥିଲେ । ଅତିଥି ମାନେ ପ୍ରଥମେ ଗୋ-ମାତାକୁ ପୂଜା ଅର୍ଚ୍ଚନା କରିଥିଲେ ଏବଂ ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଗୋ ମାତାର ସୁରକ୍ଷା ଏବଂ ଗୋ ପାଳନ ବିଷୟରେ ମଞ୍ଚାସିନ ଅତିଥିମାନେ ନିଜ ନିଜ ବ୍ୟକ୍ତବ୍ୟ ରଖିଥିଲେ । ଶେଷରେ ପାଖରେ ଥିବା ବିଭିନ୍ନ ଷ୍ଟଲ୍‌ ଗୁଡ଼ିକ ବୁଲି ଅତିଥିମାନେ ଦେଖିଥିଲେ ଓ ପ୍ରଶଂସା ବି କରିଥିଲେ । ଏହି ଉତ୍ସବରେ କୁନି କୁନି ପିଲାଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

sixteen + eighteen =