ଭୁବନେଶ୍ଵର : ବୁଧବାର ରାତିରୁ ଶୀତ ବଢ଼ିବ । ବହୁ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ଉତ୍ତର ଆଭ୍ୟନ୍ତରରେ ସବୁଠାରୁ ଅଧିକ ଶୀତ ରହିବ । ତେବେ ୩୧ ରାତିରେ ଶୀତ ପୁଣି କମିବବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ୮ଟି ଜିଲ୍ଲାରେ ଅସ୍ୱାଭାବିକ ରାତି ତାପମାତ୍ରା ଅନୁଭୂତ ହୋଇଛି । ତାପମାତ୍ରା ୨୦ଡିଗ୍ରୀ ପାଖାପାଖି ରହିବା ସହ ଶୀତ ଉଭାନ ହୋଇଯାଇଛି ।
ସୋମବାର ରାତିରେ ପୁରୀରେ ୨୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଗୋପାଳପୁରରେ ୨୧ ଡିଗ୍ରୀ, ପାରାଦୀପରେ ୨୦.୬, ଯାଜପୁରରେ ୨୦.୨, କଟକରେ ୨୦, ଭଦ୍ରକରେ ୨୦, ଭୁବନେଶ୍ୱରରେ ୧୯.୮ ଓ ଚାନ୍ଦବାଲିରେ ରାତିବେଳା ୧୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାତିରେ ଏଭଳି ଅସ୍ୱାଭାବିକ ତାପମାତ୍ରା ବୃଦ୍ଧି ଯୋଗୁ କମ୍ ଶୀତ ଅନୁଭୂତ ହୋଇଛି । ବୁଧବାର ଉଭୟ ଉତ୍ତର ଆଭ୍ୟନ୍ତର, ଉତ୍ତର ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ୩୦ ତାରିଖରେ ରାତି ତାପମାତ୍ରା ଆଉ ୨ ଡିଗ୍ରୀ ବଢିବ । ଜାନୁୟାରୀ ୨ ତାରିଖ ଯାଏ ତାପମାତ୍ରା ଅପରିବର୍ତ୍ତିତ ରହିବ ଓ ଘନ କୁହୁଡି ହେବ ।