ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ଡିସେମ୍ବର ୯ରେ ବିଧାନସଭା ଘେରାଓ ଘୋଷଣା

0 81

ସମ୍ବଲପୁର : ବହୁଦିନରୁ ଲମ୍ବିତ ବିଭିନ୍ନ ଦାବି ପୂରଣ ପାଇଁ ଆଗାମୀ ୨ ଡିସେମ୍ବର ଦିନ ଓଡ଼ିଶା ବିଧାନସଭା ଘେରାଉ କରିବା ପାଇଁ ଅଙ୍ଗନବାଡ଼ି କର୍ମୀ ଓ ସହାୟକ ସଂଘ ନିଷ୍ପତ୍ତି ନେଇଛନ୍ତି । ଏହି ଦାବିଗୁଡିକ ହେଲା ଶ୍ରମିକର ମାନ୍ୟତା, ସରକାରୀ ଘୋଷଣା, ସମାନ କାମକୁ ସମାନ ଦରମା, ଶ୍ରମ ସମ୍ମିଳନୀରେ ନିଷ୍ପତ୍ତି ଅନୁସାରେ ୨୬ ହଜାର ଭତ୍ତା, ପେନସନ୍‌, ସାମାଜିକ ସୁରକ୍ଷା, ମିନି କର୍ମୀଙ୍କ ମାନ୍ୟତା, ଗାଁ କଲ୍ୟାଣ ସମିତିରୁ ବାଦ ଦେବା, ପଶ୍ଚିମ ଓଡିଶା କର୍ମୀଙ୍କୁ ସ୍ୱତନ୍ତ୍ର ଭତ୍ତା ଓ ସମସ୍ତଙ୍କୁ ପଦୋନ୍ନତ ପ୍ରଭୁତି । ଏହି ଦାବି ପୂରଣ ସକାଶେ କେନ୍ଦ୍ର ଓ ରାଜ୍ୟ ଉଭୟ ସରକାରଙ୍କ ଉଦ୍ଦେଶ୍ୟରେ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟକା ସଂଘ ନେତୃତ୍ୱରେ କୁଚିଣ୍ଡା ଓ ଜମନକିରା ସିଡିପିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କୁଚିଣ୍ଡାରେ ସଭାନେତ୍ରୀ ଦିଶିଲା ଧୁରୁଆ, ସମ୍ପାଦକ ଶୈରିନ୍ଦ୍ରୀ ମହାନନ୍ଦ, ଶୈରିନ୍ଦ୍ରୀ ନାୟକ, ମମତା ପ୍ରଧାନ, ଶାନ୍ତି ଲତା ପଟେଲ, ଦୁଲାନା ମାଝି, ସୁମିତ୍ରା ପାତ୍ର ,ଅଞ୍ଜଲି ଶର୍ମାଙ୍କ ନେତୃତ୍ୱରେ ଶୋଭାଯାତ୍ରାରେ ଆସି ଦାବିପତ୍ର ଦେଇଥିଲେ । ସଭାନେତ୍ରୀ ହେମାଦ୍ରି ପ୍ରଧାନ, ସମ୍ପାଦକ କନକ ପ୍ରଧାନ, ରଞ୍ଜିତା କେର୍କେଟା , ବାସନ୍ତୀ କିସପଟ୍ଟା, ରନ୍ଥୀ ତିର୍କୀ, ସୁରଜିତ୍‌ ଏକ୍କା ଓ ବିଳାସୀ ଡୁଙ୍ଗଡୁଙ୍ଗ ପ୍ରମୁଖଙ୍କ ନେତୃତ୍ୱରେ ଜମନକିରା ସିଡିପିଓ ପ୍ରାଣେଶ୍ୱରୀ ପାଣିଗ୍ରାହୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ବ୍ଲକ ଅନ୍ତର୍ଗତ ବିଭିନ୍ନ ସେକ୍ଟରରେ ଦେଖାଦେଉଥିବା ସମସ୍ୟା ଉପରେ କୁଚିଣ୍ଡା ଓ ଜମନକିରାର କର୍ମୀମାନେ ସମ୍ପୃକ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ । ଉକ୍ତ ଦାବି ପୂରଣ ସକାଶେ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବା ସହିତ ଆସନ୍ତା ଡିସେମ୍ବର ମାସ ୯ ତାରିଖ ଦିନ ବିଧାନସଭା ଘେରିବା ଯୋଜନା ରହିଥିବା ବିଷୟରେ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

three × four =