ବନ ବିଭାଗ ପକ୍ଷରୁ ଉଲୁକ ଉଦ୍ଧାର

0 65

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନ ବିଭାଗ ପକ୍ଷରୁ ଫୁଲବାଣୀ ସାହି ଅଂଚଳରୁ ଏକ ଉଲୁକ ଉଦ୍ଧାର କରାଯାଇଛି । ସୂଚନା ଯୋଗ୍ୟଯେ, ଫୁଲବାଣୀ ସାହି ଅଂଚଳର ପ୍ରକାଶ ସାହୁ ଓ ସୁରୁ ସାହୁ ନାମକ ଦୁଇ ଜଣ ଯୁବକ ଏକ ଛୁଆ ଉଲୁକକୁ ରାସ୍ତାରେ କୁକୁର ଗୋଡାଉ ଥିବା ଦେଖି ଉଦ୍ଧାର କରି ତାକୁ ଘରେ ରଖିଥିଲେ । ଆଉ ଏ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇବାପରେ ଗଣ ମାଧ୍ୟମ ପ୍ରତିନିଧି ଏସିଏଫ ମଳୟ ରଞ୍ଜନ କାଲୋଙ୍କୁ ଜଣାଇବା ପରେ ଏସିଏଫ କାଲୋଙ୍କ ନିର୍ଦ୍ଦେଶରେ ଫୁଲବାଣୀ ରେଞ୍ଜ ଅନ୍ତର୍ଗତ ବନ କର୍ମଚାରୀମାନେ ତତକ୍ଷଣାତ ଫୁଲବାଣୀ ସାହିକୁ ଯାଇ ଉଲୁକଟିକୁ ଉଦ୍ଧାର କରି ରେଞ୍ଜ କାର୍ଯ୍ୟାଳୟକୁ ଆଣି ଚିକିତ୍ସା କରିବା ସହ ଖାଦ୍ୟ ଖୁଆଇ ସୁରକ୍ଷିତ ଭାବେ ରଖିଥିବା ବନ କର୍ମଚାରୀ କହିଛନ୍ତି ।
ଫୁଲବାଣୀ ରେଞ୍ଜ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ, ପରିବେଶବିତ ମାନେ ବେଶ ପ୍ରଶଂସା କରିଛନ୍ତି । ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷା ଦିଗରେ ଫୁଲବାଣୀ ଜଙ୍ଗଲ ବିଭାଗ ରେଞ୍ଜର ଓ କର୍ମଚାରୀ ସଦା ତତ୍ପର । ବିଭିନ୍ନ ସମୟରେ ବନ କର୍ମଚାରୀମାନେ ଜଙ୍ଗଲରେ ବନ୍ୟପ୍ରାଣୀ ଓ ପକ୍ଷୀମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇଥାନ୍ତି । ରାତ୍ରିକାଳୀନ ପେଟ୍ରୋଲିଂକୁ କଡାକଡି ଭାବେ ପାଳନ କରାଯାଉ ଥିବାରୁ ଆସ୍ତେ ଆସ୍ତେ ବନ୍ୟପ୍ରାଣୀ ଓ ବିରଳ ପକ୍ଷୀ ମାନଙ୍କ ସଂଖ୍ୟା ବୃଦ୍ଧିପାଉଥିବା ଲକ୍ଷ୍ୟ କରାଯାଉଛି । ଉଦ୍ଧାର କରାଯାଇଥିବା ଉଲୁକର ସ୍ୱାସ୍ଥ୍ୟରେ ଉନ୍ନତି ଆସିଲେ ତାକୁ ନିକଟସ୍ଥ ଜଙ୍ଗଲରେ ଛାଡିଦିଆଯିବ ବୋଲି କହିଛନ୍ତି ବନ କର୍ମଚାରୀ । ସେହିପରି ଡ଼ିଏଫଓ ପ୍ରଶାନ୍ତ ପଟେଲ, ରେଞ୍ଜର ଶିଶିର କୁମାର ଝାଙ୍କର ମଧ୍ୟ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

13 + 14 =