ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଡିପିଆରସି ସଭାଗୃହଠାରେ ଆପଦା ମିତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଭାବେ ଏନସିସି ନୋଡାଲ ଅଫିସର ସୁମନ୍ତ ବେହେରା, ଓସଡମାର ପ୍ରଦ୍ୟୁସ କୁମାର ଶତପଥୀ, ଓଏସ୍ଏପିର ବାଟାଲିୟନ ହାବିଲଦାର ରଜତ କୁମାର ସାହୁ, ବିଦେଶୀ ପ୍ରଧାନ, ପ୍ରଣବ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି । ଏହି ତାଲିମ ନଭେମ୍ବର ୧୮ ରୁ ୨୯ପର୍ଯ୍ୟନ୍ତ ୧୨ ଦିନ ତାଲିମ ପ୍ରଦାନ କରାଯିବ । ଏହି ତାଲିମରେ ୧୮ ବର୍ଷ ରୁ ୩୦ ବର୍ଷର ପୁରୁଷ ଓ ମହିଳା ମାନଙ୍କୁ ତାଲିମ ଦିଆଯାଉଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସାହାଯ୍ୟ ସହଯୋଗ ସୁରକ୍ଷା କରିବା ପାଇଁ ତାଲିମ ପ୍ରଦାନ କରାଯାଉଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ଧନ ଜୀବନ ସୁରକ୍ଷା କରିବେ ତା ସହ ଅସହାୟ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବେ ବୋଲି ଜଣାପଡିଛି । ଏହି ଭଳି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ତରଫରୁ କରାଯାଇ ଥିବାରୁ ବୁଦ୍ଧିଜୀବୀ ମହଲରେ ଭୁୟସୀ ପ୍ରଶଂସା କରାଯାଇଛି ।