ପାରଳାଖେମୁଣ୍ଡି : ପଞ୍ଚମ ଦିବସରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ୧୭ ବର୍ଷରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ସେମି ଫାଇନାଲ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ହୋଯାଇଅଛି । ପ୍ରଥମ ପ୍ରର୍ଯ୍ୟାୟରେ ଗୋଶାଣୀ ଓ ପାରଳାଖେମୁଣ୍ଡି ପୌର ପାଳିକା ବାଳିକା ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଏଥିରେ ଗୋଶାଣୀ ବାଳିକା ଟିମ ୨-୧ ପେନାଲଟି ସୁଟ ଆଉଟରେ ବିଜେତା ହୋଇଛନ୍ତି । ଏଥିରେ ଅତିଥି ଥିଲେ ଏସିଏଫ୍ଓ ଅଶୋକ କୁମାର ବେହେରା, ଆସିଷ୍ଟାଣ୍ଟ କୋଚ ଜିଲ୍ଲା ଟାଇକୋଣ୍ଡ ନାଗେଶ୍ୱର ମହାପାତ୍ର, କୋଚ ମାଷ୍ଟେର କାର୍ତ୍ତିକ ଚନ୍ଦ୍ର ମହାପାତ୍ର , ଦ୍ୱିତୀୟ ପ୍ରର୍ଯ୍ୟାୟ ରେ କାଶୀନଗର ଓ ପାରଳାଖେମୁଣ୍ଡି ପୌର ପାଳିକା ବାଳକ ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଏଥିରେ ପାରଳାଖେମୁଣ୍ଡି ପୌର ପାଳିକା ଟିମ ୮-୦ ରେ କୃତକାର୍ଯ୍ୟ ହୋଇଥିଲା । ଏହି ଦି୍ୱତୀୟ ପର୍ଯ୍ୟାୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ ଓ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଅମ୍ବିକା ଦେବୀ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ତବରଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ, ଏମ. ଏମ. ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡି ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ପ୍ରଧାନ, ଆଇ.ପି ସୁରେନ୍ଦ୍ର ପାତ୍ର, ମନୋଜ ବେହେରା, ଅମୁଲ୍ୟ ପାଣିଗ୍ରାହୀ, ଦିଲୀପ କୁମାର ବାଗସିଂ, ଲିଙ୍ଗ ରାଜ ସାହୁ, ଧିରେନ କୁମାର ସାମଲ, କାଳିଆ ପ୍ରଧାନ, କିଶୋର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ଲିପ୍ସା ମିଶ୍ର ଓ ତାଙ୍କ ଟିମ ଫାଷ୍ଟଏଡ ବ୍ୟବସ୍ଥା କରିଥିଲେ ।