ବିକାଶ ଶିକ୍ଷାନୁଷ୍ଠାନରେ ବିକାଶ ମେଧାବୀ ପରୀକ୍ଷା ଅନୁଷ୍ଠିତ

0 46

ଭବାନୀପାଟଣା: ଭବାନୀପାଟଣା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନରେ ଉଭୟ ସି.ଏଚ.ଏସ. ଇ. ଓ ସି.ବି.ଏସ. ଇ କ୍ଷେତ୍ରରେ ବିକାଶ ମେଧାବୀ ପରୀକ୍ଷା/ଭାଟ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ପ୍ରଥମ ପୁରସ୍କାର ୧୫ହଜାର ଟଙ୍କା, ଦ୍ୱିତୀୟ ପୁରସ୍କାର ୧୦ହଜାର ଟଙ୍କା ଏବଂ ତୃତୀୟ ପୁରସ୍କାର ୫ହଜାର ଟଙ୍କାର ଅର୍ଥରାଶି ରଖାଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡି. ନାଗେଶ୍ୱର ରାଓ, କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ, ବିକାଶ, ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ, ଭବାନୀପାଟଣା ନିର୍ଦ୍ଦେଶକ ଡି. ଶ୍ୟାମ ଓ ନିର୍ଦ୍ଦେଶକ ଡି. ରାମ କୁମାର, ଏକାଡେମିକ ଇନ୍‌ ଚାର୍ଜ ଶ୍ରୀମତୀ ଡି. ବିଜୟା, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ମେଧାବୀ ପରୀକ୍ଷାରେ କଳାହାଣ୍ଡି ସମେତ ପଡୋଶୀ ଜିଲ୍ଲା ମାନଙ୍କରୁ ସି. ବି. ଏସ. ଇ. ରେ ୨୫୨ ଜଣ ବିଦ୍ୟାର୍ଥୀ ଓ ସି.ଏଚ.ଏସ. ଇ. ରେ ୩୧୭ ଜଣ ବିଦ୍ୟାର୍ଥୀ ଭାଗ ନେଇଥିଲେ ଏବଂ ଏକ ହଜାରରୁ ଊର୍ଦ୍ଧ୍ୱ ଅଭିଭାବକଙ୍କ ସମାଗମ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଡି. ନାଗେଶ୍ୱର ରାଓ ବିକାଶର ଗୁଣାତ୍ମକ ଶିକ୍ଷାର ମାନଦଣ୍ଡ ଉପରେ ବିଶଦ ଭାବରେ ବାଖ୍ୟା କରି ଶିକ୍ଷାର ସମସ୍ତ ଅନୁକୂଳ ବ୍ୟବସ୍ଥା ପୂରଣ କରିବାକୁ ବଦ୍ଧ ପରିକର ବୋଲି ଅଭିମତ ରଖିଥିଲେ । ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି. ଶ୍ୟାମ ଭବାନୀପାଟଣା ସ୍ଥିତ ଶିକ୍ଷାନୁଷ୍ଠାନରେ ରହିଥିବା ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସୁଚାଇଥିଲେ । ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି. ରାମ କୁମାର ଶିକ୍ଷା ସହିତ ଅନ୍ୟାନ୍ୟ ସହଶିକ୍ଷାର ଭିତ୍ତିଭୂମି ଉପରେ ଗୁରୁତ୍ୱାରୋପ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ ଓ ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ବିଗତବର୍ଷର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ । ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଅଧ୍ୟୟନ କରୁଥିବା ମାଟ୍ରିକ ବିଦ୍ୟାର୍ଥୀଙ୍କୁ ନେଇ ଆୟୋଜିତ ହୋଇଥିବା ବିକାଶ ମେଧାବୀ ପରୀକ୍ଷା/ଭାଟର ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।
ପରିଶେଷରେ ଏକାଡେମିକ ଇନ୍‌ ଚାର୍ଜ ଶ୍ରୀମତୀ ଡି. ବିଜୟା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen + 9 =